ଭୁବନେଶ୍ୱର : କମିବ ବର୍ଷା, ବଢିବ ଶୀତ । ଆସନ୍ତା ୨ଦିନରେ ଫେରିଯିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁଗୂଳ ରହିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ହାଲୁକା ଥଣ୍ଡା ଅନୁଭୂତ ହେଲାଣି । ଆଗକୁ ଶୀତ ବଢିବା ସହ କାକର ପଡିବ । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀର ଅପସାରଣ ସ୍ପଷ୍ଟ ହୋଇଛି । ଆଗାମୀ ଦୁଇଦିନ ମଧ୍ୟରେ ଦେଶରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେବ ମୌସୁମୀ ।
୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ । ମୟୂରଭଞ୍ଜ, ଦେଓଗଡ, କେଉଝର, ବାଲେଶ୍ବର, ସୁନ୍ଦର ଗଡ, ଝାରସୁଗୁଡ଼ା, ସମ୍ବଲପୂର୍, ସୋନପୁର, ବରଗଡ଼ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। ୭ ଜିଲ୍ଲା ରୁ ଅଧିକାଂଶ ସ୍ଥାନରୁ ବିଦାୟ ନେଇଛି ମୌସୁମୀ । ବୌଦ୍ଧ, ଯାଜପୁର, ଭଦ୍ରକ, ଢେଙ୍କାନାଳ,ଅନୁଗୁଳ, ବଲାଙ୍ଗୀର , ନୂଆପଡ଼ା ର କିଛି ସ୍ଥାନ ରୁ ଲେଉଟାଣି ନେଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ବିଦାୟ ନେବ । ଅନ୍ୟ ୧୪ ଜିଲ୍ଲାରୁ ଆଦୌ ମୌସୁମୀ ଅପସରଣ ହୋଇନାହିଁ । ପାଗ ଅନୁକୂଳ ଅଛି ୨୪ ଘଣ୍ଟାରେ ବିଦାୟ ନେବ ।
ପ୍ରଭାବରେ ଆଗାମୀ ତିନି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବାନା ରହିଛି । ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ । ବିଜୁଳି ଘଡଘଡି ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବା ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ପ୍ରକାଶଯୋଗ୍ୟ , ୨୦୨୦ ମସିହାରେ ଅକ୍ଟୋବର ୨୬ ରୁ ୨୮ ଭିତରେ ଓଡ଼ିଶାରୁ ବିଦାୟ ନେଇଥିଲା ମୌସୁମୀ । ୨୦୨୧ ମସିହା ରେ ଅକ୍ଟୋବର ୧୧ ରୁ ୧୩ ଭିତରେ ଓଡ଼ିଶା ରୁ ବିଦାୟ ନେଇଥିଲା ମୌସୁମୀ । ୨୦୨୨ ମସିହା ରେ ଅକ୍ଟୋବର ୨୦ ରୁ ୨୧ ରେ ଭିତରେ ବିଦାୟ ନେଇଥିଲା ମୌସୁମୀ । ୨୦୨୩ ରେ ଅକ୍ଟୋବର ୧୩ ରେ ଓଡ଼ିଶା ରୁ ସମ୍ପୂର୍ଣ ବିଦାୟ ନେଇଥିଲା ମୌସୁମୀ । ୨୦୨୪ ରେ ଅକ୍ଟୋବର ୧୩ ରୁ ୧୫ଭିତରେ ଓଡ଼ିଶାରୁ ବିଦାୟ ନେଇଥିଲା ମୌସୁମୀ ।