Saturday, October 3, 2026
28.9 C
Odisha

    ଆସନ୍ତୁ ଜାଣିବା ଚତୁର୍ମାସ କଣ,ଏହା କଲେ କଣ ସୁଫଳ ମିଳେ ?

    ଆଗକୁ ପଢନ୍ତୁ

    ଦେବ ଶୟନ ଏକାଦଶୀ ଠାରୁ ଚତୁର୍ମାସ ଆରମ୍ଭ ହୋଇଥାଏ ଏବଂ ଏହି ୪ମାସ ଧର୍ମର ମାସ ଅଟେ ଓ ଏହି ସମୟ ରେ ସମସ୍ତ ପୁଣ୍ୟ କାର୍ଯ୍ୟ କରିବା ଆବଶ୍ୟକ l ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହେଁ, ଏହି ଚାରି ମାସ ଶ୍ରାବଣ , ଭାଦ୍ରବ, ଅଶ୍ୱିନ ଓ କାତ୍ତିକ ମାସ ପରେ ଦେବଉଠାନି ଏକାଦଶୀ ପରେ ବିଷ୍ଣୁ ସାୟଂ ନିଦ୍ରାରୁ ଉଠିବା ପରେ ମାଙ୍ଗଳିକ କାର୍ଯ୍ୟ କରାଯାଇଥାଏ l ଚଳିତ ବର୍ଷ ଜୁଲାଇ ୧୭ ତାରିଖ ବୁଧବାର ଦିନ ହରିଶୟନ ଏକାଦଶୀ ରୁ ଚାତୁର୍ମାସ ଆରମ୍ଭ ହେଉଛି lଏହି ଚାରି ମାସରେ ଶ୍ରୀହରି ଓ ମହାଦେବଙ୍କୁ ପଞ୍ଚାମୃତରେ ଅଭିଷେକ କରିବା ଦ୍ୱାରା ଅକ୍ଷୟ ସୁଖ ଲାଭ ହୋଇଥାଏ l ଏହି ଚାରିମାସ ହଳଦୀ ଦାନ କରିବା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି  ଏବଂ ଲକ୍ଷ୍ମୀଙ୍କ କୃପାରୁ ଧନଧାନ୍ୟ ବୃଦ୍ଧି ହୋଇଥାଏ l ଏହି ଚାରି ମାସ ପିତୃ ପୁରୁଷଙ୍କ ନିମନ୍ତେ ପିଣ୍ଡଦାନ ଓ ତର୍ପଣ କରିବା ଦ୍ୱାରା ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ l ସନ୍ତାନ ସୁଖ ପ୍ରାପ୍ତି ମଧ୍ୟ ହୋଇଥାଏ। ଏହି ଚତୁର୍ମାସରେ ଅଶ୍ୱତ୍ଥ ବୃୃକ୍ଷକୁ ପୂଜା କରିବା ଖୁବ ଶୁଭ ଅଟେ l ଚତୁର୍ମାସରେ ପ୍ରତିଦିନ ସକାଳୁ ସ୍ନାନ ସାରି ଶ୍ରୀହରୀଙ୍କ ନାମ ଜପ କରିବା ଶୁଭ ଅଟେ, ଏହି ଚାରି ମାସ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ବିନାଶ ହୋଇଥାଏ lଏହି ଚାରି ମାସରେ ଯେଉଁ ବ୍ୟକ୍ତି ସନ୍ଥଙ୍କ ସହିତ ମିଶି ଧର୍ମର ଆଲୋଚନା କରିଥାଏ, ତେବେ ତା ଜୀବନର ସମସ୍ତ ଖରାପ ସମୟ ଦୂର ହୋଇଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ