Saturday, October 3, 2026
28.9 C
Odisha

    ଶନି ଦେବଙ୍କୁ ସନ୍ତୁଷ୍ଟ କରିବାର ୭ଟି ଉପାୟ

    ଆଗକୁ ପଢନ୍ତୁ

    ନ୍ୟାୟର ଦେବତା ହେଉଛନ୍ତି ଶନି।ତେଣୁ ଶନିଦେବ ଅସନ୍ତୁଷ୍ଟ ହେଲେ ଜୀବନରେ ଦୁଃଖକଷ୍ଟ ବଢି ବଢି ଯାଇଥାଏ। ଶନିଦେବଙ୍କୁ ସନ୍ତୁଷ୍ଟ କରିବା ଏକ ସହଜ କଥା ନୁହେଁ,ତେେଣୁ ଶନିଦେବଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ ୭ଟି ମହାଉପାୟ ପ୍ରତି ଶନିବାର ରେ ନିହାତି କରନ୍ତୁ ଯାହାଦ୍ୱାରା ଆପଣ ଶନି ଦେବଙ୍କ କୃପା ଲାଭ କରିପାରିବେ lଶନିଦେବଙ୍କୁ ସନ୍ତୁଷ୍ଟ କରିବାର ୭ଟି ମହା ଉପାୟ –

    1. ଶନିଦେବ ନ୍ୟାୟର ଦେବତା ହୋଇଥିବାରୁ ଅନ୍ୟାୟ କାର୍ଯ୍ୟ ଠାରୁ ଦୁରେଇ ରୁହନ୍ତୁ ଏବଂ ଜନ ମଙ୍ଗଳ କାର୍ଯ୍ୟ କରନ୍ତୁ।ମନରେ ସଦାଚାର ଭାବ ରଖନ୍ତୁ l

    2. ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦୁଖୀ ଲୋକଙ୍କର ସେବା କରନ୍ତୁ l ଗୁରୁଜନଙ୍କର ସେବା କରନ୍ତୁ ଏବଂ ସେମାନଙ୍କର ଆଶୀର୍ବାଦ ନିଅନ୍ତୁ l

    3. ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତି ଶନିବାର ଦିନ ଶନିଦେବଙ୍କ ସହିତ ଭୋଳାନାଥଙ୍କୁ ମଧ୍ୟ ଆରାଧନା କରିବା ଜରୁରୀ l ଏହାଦ୍ୱାରା ମନବାଂଛିତ ଫଳ ଲାଭ କରିପାରିବେ l

    4. ପ୍ରତି ଶନିବାର ଦିନ ଜୀବଜନ୍ତୁଙ୍କ ସେବା କରିବା ଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତି ହୋଇଥାଏ, ବିଶେଷ ଭାବରେ କୁକୁର ଓ କାଉଙ୍କୁ ଖାଇବାକୁ ଦେବା ଜରୁରୀ l

    5. ଶନିଦେବଙ୍କ ମନ୍ତ୍ର ପାଠ କରି ପୂଜା କରିବା ଦ୍ୱାରା ଖୁବ ଶନିଦେବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି l ଶନିବାର ଦିନ ଶନି ଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୋରିଷ ତେଲର ଦୀପ ଟିଏ ଅର୍ପଣ କରନ୍ତୁ l

    6. ପ୍ରତି ଶନିବାର ଦିନ ସକାଳୁ ଗାଧୋଇ ସାରି ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପଣ କରନ୍ତୁ ଏବଂ ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ସୋରିଷ ତେଲର ଦୀପଟିଏ ଜଳାନ୍ତୁ lପରିବାରର ମଙ୍ଗଳ ହେବ।

    7. ଶନିଦେବଙ୍କ କୃପା ଲାଭ କରିବା ପାଇଁ ଶନିବାର ଦିନ ଶନି ଯନ୍ତ୍ର ଘରେ ସ୍ଥାପନା କରନ୍ତୁ  ଏବଂ ଶନିବାର ଦିନ ଶନି ସମ୍ବନ୍ଧିତ ଜିନିଷ ଶନିଦେବଙ୍କ ମନ୍ଦିରରେ ଦାନ କରନ୍ତୁ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ