Thursday, October 1, 2026
28.6 C
Odisha

    ଆସନ୍ତୁ ଜାଣିବା ପରଫ୍ୟୁମରେ କେଉଁ କେମିକାଲ୍‌ ଥାଏ?

    ଆଗକୁ ପଢନ୍ତୁ

    ଆଜିକାଲିର ଜୀବନଶୈଳୀରେ ପରଫ୍ୟୁମର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ବିଶେଷ ପ୍ରସଙ୍ଗ ହେଉ କିମ୍ବା ଦୈନନ୍ଦିନ କାମ, ସୁଗନ୍ଧିତ ହୋଇ ରହିବା ସମସ୍ତଙ୍କୁ ପସନ୍ଦ। ଏହା ନା କେବଳ ମନକୁ ସତେଜ ରଖେ, ବରଂ ଆତ୍ମବିଶ୍ୱାସ ମଧ୍ୟ ବଢ଼ାଇଥାଏ। ମାତ୍ର କାଚ ବୋତଲରେ ବନ୍ଦ ହୋଇ ରହିଥିବା ଏହି ମନମୁଗ୍ଧକର ବାସ୍ନା କିପରି ତିଆରି ହୁଏ ଏବଂ ଏଥିରେ କେଉଁ କେମିକାଲ ମିଶାଯାଏ, ସେ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି।

    ଯେକୌଣସି ପରଫ୍ୟୁମ୍‌ ତିଆରି କରିବା ପାଇଁ ମୁଖ୍ୟତଃ ତିନୋଟି ଜିନିଷର ବ୍ୟବହାର କରାଯାଇଥାଏ | ସେଗୁଡିକ ହେଉଛି ସୁଗନ୍ଧିତ ତେଲ, ଫିକ୍ସେଟିଭ୍‌ ଓ ଏଥାନୋଲ୍‌ କିମ୍ବା ଆଲକୋହଲ୍‌ |

     

    ୧. ସୁଗନ୍ଧିତ ତେଲ
    ଏହା ପରଫ୍ୟୁମ୍‌କୁ ତା’ର ମୂଳ ସୁଗନ୍ଧ ଦେଇଥାଏ। ଏହା ଦୁଇ ପ୍ରକାରର ହୋଇଥାଏ – ପ୍ରାକୃତିକ ଓ ସିନ୍ଥେଟିକ୍‌। ପ୍ରାକୃତିକ ତେଲ ବିଭିନ୍ନ ଫୁଲ (ଯେପରିକି ଗୋଲାପ), ଚନ୍ଦନ, ଫଳ, ମସଲା ଓ ପତ୍ରରୁ ବାହାର କରାଯାଏ। ଅନ୍ୟପଟେ, ସିନ୍ଥେଟିକ୍‌ କମ୍ପାଉଣ୍ଡଗୁଡ଼ିକ ଲାବୋରେଟରୀରେ କେମିକାଲ୍‌ ରିଆକ୍ସନ୍‌ ମାଧ୍ୟମରେ ପ୍ରସ୍ତୁତ କରାଯାଏ। ଏଗୁଡ଼ିକ ଶସ୍ତା ଏବଂ ବହୁ ପରିମାଣରେ ତିଆରି କରିବା ସହଜ ହୋଇଥାଏ।

    ୨. ଫିକ୍ସେଟିଭ୍‌
    ସୁଗନ୍ଧିତ ତେଲଗୁଡ଼ିକ ଖୁବ୍‌ ହାଲୁକା ହୋଇଥିବାରୁ ପବନରେ ଶୀଘ୍ର ଉଡ଼ିଯାଆନ୍ତି। ସୁଗନ୍ଧକୁ ଦୀର୍ଘସମୟ ପର୍ଯ୍ୟନ୍ତ ବଜାୟ ରଖିବା ପାଇଁ ପରଫ୍ୟୁମ୍‌ରେ ‘ଫିକ୍ସେଟିଭ୍‌’ ନାମକ କେମିକାଲ୍‌ ମିଶାଯାଏ। ଏହା ବାସ୍ନାକୁ ଧୀରେ ଧୀରେ ଏବଂ ସାରା ଦିନ ବ୍ୟାପିବାରେ ସାହାଯ୍ୟ କରେ।

    ୩. ଏଥାନୋଲ୍‌ ର ଗୁରୁତ୍ୱପୂର୍ଣ୍ଣ ଭୂମିକା
    ଯେକୌଣସି ପରଫ୍ୟୁମ୍‌ର ପ୍ରାୟ ୭୦ ରୁ ୯୦ ପ୍ରତିଶତ ଭାଗ ଏଥାନୋଲ୍‌ (ଆଲକୋହଲ୍‌) ହୋଇଥାଏ। ଏହାର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଲା ବହଳିଆ ସୁଗନ୍ଧିତ ତେଲକୁ ମିଶାଇ ଏକ ହାଲୁକା ତରଳ ରୂପ ଦେବାରେ ଏଥାନୋଲ୍‌ ସାହାଯ୍ୟ କରେ, ଯାହା ଦ୍ୱାରା ଏହାକୁ ତ୍ୱଚା କିମ୍ବା ପୋଷାକରେ ସ୍ପ୍ରେ କରିବା ସହଜ ହୁଏ। ସେହିପରି ଏଥାନୋଲ୍‌  ବାୟୁ ସଂସ୍ପର୍ଶରେ ଆସି ଶୀଘ୍ର ଉଡ଼ିଯାଏ, ଯାହା ଫଳରେ ସୁଗନ୍ଧ ସଙ୍ଗେ ସଙ୍ଗେ ଚାରିଆଡ଼େ ବ୍ୟାପିବାକୁ ଲାଗେ। ଏହା ତେଲଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରେ। ସେହିପରି ସିଧାସଳଖ ବହଳିଆ ତେଲ ତ୍ୱଚାରେ ଲଗାଇଲେ ଏଲର୍ଜି କିମ୍ବା ପୋଡ଼ାଜଳା ହୋଇପାରେ, ମାତ୍ର ଏଥାନୋଲ୍‌ ଏହାକୁ ତ୍ୱଚା ପାଇଁ ସୁରକ୍ଷିତ କରିଥାଏ।

    ବଜାରରେ ମିଳୁଥିବା ପରଫ୍ୟୁମ୍‌ର ପ୍ରକାରଭେଦ ଏହି ଏଥାନୋଲ୍‌ ଓ ସୁଗନ୍ଧିତ ତେଲର ଅନୁପାତ ଉପରେ ନିର୍ଭର କରେ। ଯେଉଁ ପରଫ୍ୟୁମ୍‌ରେ ତେଲର ପରିମାଣ ଅଧିକ ଓ ଏଥାନୋଲ୍‌ କମ୍‌ ଥାଏ, ତାହା ଅଧିକ ସମୟ ପର୍ଯ୍ୟନ୍ତ ବାସ୍ନା ଦିଏ ଏବଂ ଦାମୀ ହୋଇଥାଏ। ସେହିପରି ଯେଉଁଥିରେ ଏଥାନୋଲ୍‌ର ପରିମାଣ ଅଧିକ ଥାଏ, ତାହା ହାଲୁକା, ଶସ୍ତା ଓ କମ୍‌ ସମୟ ପର୍ଯ୍ୟନ୍ତ ରହିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.6 ° C
    28.6 °
    28.6 °
    65 %
    1.4kmh
    12 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ