Wednesday, May 21, 2025
37.4 C
Odisha

    ଆସନ୍ତୁ ଜାଣିବା ମୁନକ୍କା ମିଲ୍କର ଔଷଧୀୟ ଗୁଣ

    ଆଗକୁ ପଢନ୍ତୁ

    କିଛି ଏମିତି ଜିନିଷ ଥାଏ ଯାହା ସୁସ୍ଥ ଶରୀର ଗଠନ କରିବାରେ ସାହାଯ୍ୟ କରେ । ସୁସ୍ଥ ଶରୀର ଗଠନ ପାଇଁ ଆମେ ଅନେକ ଜିନିଷ ନିତିଦିନର ଜୀବନରେ ବ୍ୟବହାର କରିଥାଉ । କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ଶରୀର ପାଇଁ ଅନେକ ଉପାୟକୁ ଆପଣାଇ ଥାଉ । ସେହିପରି ମୁନକ୍କା ମିଲ୍କ ଏକ ପ୍ରକାର ଖାଦ୍ୟ ଯାହା ଆମ ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ମୁନକ୍କା ମିଲ୍କ କ’ଣ ଏବଂ ଏହାକୁ କିପରି ପ୍ରସ୍ତୁତ କରାଯାଏ ହୁଏତ ଏହା ସମ୍ପର୍କରେ ଅନେକ ଲୋକ ଜାଣିନଥିବେ ।   ମୁନକ୍କା ମିଲ୍କରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଥାଏ । ଏହା ଏକ ପ୍ରକାର ଡ୍ରାଏଫ୍ରୁଟରୁ ତିଆରି କରାଯାଇଥାଏ । ମୁନକ୍କା ମିଲ୍କ ପିଇବା ଦ୍ବାରା ଆମ ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହି ମୁନକ୍କା ମିଲ୍କ ଆମ ଶରୀରରେ ଉପରେ କେଉଁ ସବୁ ପ୍ରଭାବ ପକାଏ ଏବଂ କିପରି ତିଆରି କରାଯାଏ ତେବେ ଆସନ୍ତୁ ଜାଣିବା । ମୁନକ୍କା ମିଲ୍କ ପ୍ରାକୃତିକ ଗୁଣରେ ଭରପୁର । ଏଥିରେ ଅନେକ ପୋଷକ ତତ୍ତ୍ବ ଥିବା କାରଣରୁ ଆମ ସ୍ବାସ୍ଥ୍ୟଗତ ସମସ୍ୟା ଦୂର କରିବାରେ ଖୁବ୍ ସହାୟକ କରିଥାଏ । ଯାହା ସୁସ୍ଥ ଶରୀର ପାଇଁ ଲାଭପ୍ରଦ ହୋଇଥାଏ ।

    ମୁନକ୍କା ମିଲ୍କ କିପରି ପ୍ରସ୍ତୁତ କରିବେ 

    ପ୍ରଥମେ କିଛି କିସମିସକୁ ପାଣି ଭିଜାଇ ରଖନ୍ତୁ । ପରେ ଗୋଟିଏ ପାତ୍ରରେ କ୍ଷୀରକୁ ନେଇ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । କ୍ଷୀର କିଛି ସମୟ ପର୍ଯ୍ୟନ୍ତ ଫୁଟିଯିବା ପରେ ସେଥିରେ ଭିଜା ହୋଇ ରହିଥିବା କିସମିସକୁ ସେହି କ୍ଷୀରରେ ମିଶାନ୍ତୁ । ପୁଣି ତାକୁ କିଛି ସମୟ ପାଇଁ ଫୁଟିବାକୁ ଛାଡି ଦିଅନ୍ତୁ । ସେଥିରୁ କିସମିସ୍ ଛାଣି ସେହି କ୍ଷୀରକୁ ପିଅନ୍ତୁ । ଏହି ପରି ଭାବେ ଏହି ମୁନକ୍କା ମିଲ୍କକୁ ନିୟମିତ ପ୍ରସ୍ତୁତ କରି ପିଇବା ଦ୍ବାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।

    ମୁନକ୍କା ମିଲ୍କର ଫାଇଦା :-

     ଭଲ ନିଦ ଆଣିଥାଏ  :  ମୁନକ୍କା ମିଲ୍କକୁ ନିଦ ପାଇଁ ଲାଭପ୍ରଦ ବୋଲି ବିବେଚନା କରାଯାଉଛି । ଯଦି ଆପଣ ନିଦ ନହେବା ଭଳି ସମସ୍ୟା ଭୋଗୁଛନ୍ତି ତେବେ ଏହାକୁ ସେବନ କରନ୍ତୁ । ଏଥିରେ କ୍ଷୀର ଏବଂ ଖିସମିସ ଉଭୟ ମିଶିକି ଥିବାରୁ ଏହା ଆରାମ ଦେବା ସହିତ ଭଲ ନିଦ ମଧ୍ୟ ଦେଇଥାଏ । ଏଥିରେ ଥିବା ହରମୋନ ଗୁଣ ଯୋଗୁଁ ଏହା ନିଦକୁ ନିୟନ୍ତ୍ରଣ କରି ରଖିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ବାରା ନିଦରେ ସୁଧାର ଆଣିଥାଏ ।

    ବ୍ଲଡପ୍ରେସରକୁ ନିୟନ୍ତ୍ରଣ ରଖେ  :  ମୁନକ୍କା ମିଲ୍କରେ ପୋଟାସିୟମ୍ ଥିବାରୁ ବ୍ଲଡପ୍ରେସର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହାକୁ ସେବନ କରିବା ଦ୍ବାରା ମଧ୍ୟ ହାର୍ଟ ଜନିତ ସମସ୍ୟାର ଆଶଙ୍କାକୁ କମ୍ କରିଥାଏ ।

    ଡାଇବେଟିସକୁ ନିୟନ୍ତ୍ରଣ ରଖେ  :  ମୁନକ୍କା ମିଲ୍କରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଥିବାରୁ ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଏଥିରେ କମ୍ ପରିମାଣରେ ସୁଗାର ଲେବଲ ରହିଥାଏ ।

    ହାର୍ଟକୁ ସୁସ୍ଥ ରଖେ  :  ମୁନକ୍କା ମିଲ୍କରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫାଇବରର ଗୁଣ ଥିବାରୁ ହାର୍ଟକୁ ଅଧିକରୁ ଅଧିକ ସୁସ୍ଥ ରଖେ । ତେଣୁ ଏହାକୁ ନିୟମିତ ପିଇବା ଜରୁରୀ ।

    ତ୍ବଚା ଏବଂ କେଶ ପାଇଁ ଲାଭପ୍ରଦ  :  ଏଥିରେ ଭିଟାମିନ ସି ଏବଂ ଇ ଗୁଣ ଥିବା ହେତୁ ଏହାକୁ ସ୍କିନ ଏବଂ କେଶ ପାଇଁ ଲାଭପ୍ରଦ ବୋଲି ମାନାଯାଇଥାଏ । କ୍ଷୀର ଆମ ତ୍ବାଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.4 ° C
    37.4 °
    37.4 °
    39 %
    4.7kmh
    88 %
    Wed
    37 °
    Thu
    39 °
    Fri
    34 °
    Sat
    38 °
    Sun
    36 °

    ସମ୍ବନ୍ଧିତ