Wednesday, October 7, 2026
30.3 C
Odisha

    ଆସନ୍ତୁ ଜାଣିବା ଲିଚୁକୁ ନିୟମିତ ସେବନ କରିବାର ଫାଇଦା

    ଆଗକୁ ପଢନ୍ତୁ

    ଗରମ ଋତୁର ଆରମ୍ଭରେ ଅଧିକାଂଶ ଲୋକମାନେ ଲିଚୁ ଖାଇବା ପସନ୍ଦ କରିଥାନ୍ତି। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଲିଚୁ କୋଳି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି, ଲିଚୁ ମିଠା ଏବଂ ରସାଳ ହେବା ସହ ଏଥିରେ ଅନେକ ପୋଷକ ତତ୍ତ୍ବ ମଧ୍ୟ ରହିଥାଏ। ଅଜ୍ଞା ହଁ, ଲିଚୁ ଶରୀର ପାଇଁ ଖୁବ ଲାଭଦାୟକ। ଏଥିରେ କାର୍ବୋହାଇଡ୍ରେଡ୍, ଭିଟାମିନ-ସି, ଏ ଏବଂ ବି କପ୍ଲେକ୍ସ ଆଦି ପ୍ରଚୁର ମାତ୍ରାରେ ରହିଥାଏ। ଏହା ବ୍ୟତିତ ଏଥିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗନେସିୟମ, ଫସଫରସ ଏବଂ ଆଇରନ ଭଳି ମିନେରାଲ ମଧ୍ୟ ରହିଥାଏ। ଏହି କାରଣରୁ ଲିଚୁକୁ ଖରାଦିନରେ ସୁପର ଫୁଡ୍ ମଧ୍ୟ କୁହାଯାଇଥାଏ।

    ପାଚନ ପକ୍ରିୟାରେ ଉନ୍ନତି :ଲିଚୁରେ ବିଟା କେରୋଟିନ, ରାଇବୋଫ୍ଲୋବିନ, ଫୋଲେଟ, ନିୟାସନ ଏବଂ ଭିଟାମିନ-ବି ପ୍ରଚୁର ମାତ୍ରାରେ ରହିଥାଏ। ଯାହା ଶରୀରରେ କୋଲଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରିତ ରଖିବା ସହ ରକ୍ତର ମାତ୍ରା ବୃଦ୍ଧି କରିଥାଏ। ଏହାସହ ପାଚନକ୍ରିୟା ମଧ୍ୟ ନିୟନ୍ତ୍ରିତ କରିଥାଏ। ଏହି କାରଣରୁ ଲିଚୁ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ।

    ଓଜନ କମାଇଥାଏ :ଲିଚୁରେ ଅଧିକ ମାତ୍ରାରେ ଫାଇବର ରହିଥାଏ ଯାହା ମୋଟାପଣ ଦୂର କରିବାରେ ସହାୟକ ହୋଇଥାଏ। ଫାଇବର ଖାଦ୍ୟକୁ ହଜମ କରିବା ସହ ସଂକ୍ରମଣ ରୋଗ ଦୂର କରିବାରେ ଶରୀରରେ ଇମ୍ୟୁନିଟି ବଢାଇଥାଏ।

    ଏନର୍ଜି ବଢାଇଥାଏ :ଲିଚୁକୁ ଏନର୍ଜିର ପ୍ରମୁଖ ସ୍ରୋତ କୁହାଯାଇଥାଏ। ଏଥିରେ ଥିବା ନିୟାସିନ ଶରୀରରେ ଏନର୍ଜି ପାଇଁ ଆବଶ୍ୟକୀୟ ଷ୍ଟେରାଇଡ ହରମୋନ ବା ହିମଗ୍ଲୋବିନ ପ୍ରସ୍ତୁତ କରିଥାଏ। ଏହି କାରଣରୁ ଲିଚୁ ଖାଇଲେ ଆପଣ ଉର୍ଜାବାନ ଅନୁଭବ କରିବେ। ଦୁର୍ବଳ ଲାଗିବା ସମୟରେ ମଧ୍ୟ ଲିଚୁ ଖାଇଲେ ଅନେକ ଲାଭ ମିଳିଥାଏ।

    ରକ୍ତଚାପ କମ କରିଥାଏ :ଲିଚୁରେ ଥିବା ପୋଟାସିୟମ ଏବଂ କପର ଛାତି ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ହାର୍ଟଆଟାକ୍ ଭୟକୁ ଦୂର କରିଥାଏ।

    କ୍ୟାନସରରୁ ରକ୍ଷା କରିଥାଏ :ଅଧ୍ୟୟନରୁ ଜଣାପଡିଛି ଲିଚୁରେ ପ୍ରଚୁର ମାତ୍ରାରେ ଭିଟାମିନ-ସି ରହିଥାଏ ଯାହା କ୍ୟାନ୍ସର ରୋଗ ଦୂର କରିବାରେ ଲାଭଦାୟକ ହୋଇଥାଏ । ନିୟମିତ ଲିଚୁ ସେବନ କରିବା ଦ୍ବାରା କ୍ୟାନ୍ସର ହେବା ଭୟ ଦୂର ହୋଇଯାଇଥାଏ ।

    ତ୍ବଚାରେ ଉନ୍ନତି ଆଣେ :ଲିଚୁରେ ଥିବା ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ତ୍ବଚାରେ ସୁନ୍ଦରତା ଆଣିବାରେ ସହାୟକ ହୋଇଥାଏ । ଏଥି ସହିତ ଲିଚୁ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀରୁ ମଧ୍ୟ ରକ୍ଷା କରିଥାଏ । ନିୟମିତ ଲିଚୁ ସେବନ କରିବା ଦ୍ବାରା ତେଲିଆ ତ୍ବଚାରେ ପୋଷଣ ମିଳିଥାଏ ଏବଂ ତ୍ବଚାରେ ଥିବା ଦାଗ ମଧ୍ୟ ଦୂର ହୋଇଯାଇଥାଏ ।

    ସେବନ କରିବା ସମୟରେ ଧ୍ୟାନ ରଖନ୍ତୁ:-

    ଲିଚୁ ସେବନ କରିବା ସମୟରେ ସିମିତ ମାତ୍ରାରେ ସେବନ କରନ୍ତୁ ନଚେତ ଏହା ଶରୀର ପାଇଁ ମଧ୍ୟ କ୍ଷତି କାରକ ହୋଇପାରେ । ଅଧିକ ଲିଚୁ ସେବନ କରିବା ଦ୍ବାରା ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ଶରୀର କୁଣ୍ଡେଇ ହେବା ଏବଂ ଶ୍ବାସକ୍ରିୟାରେ ସମସ୍ୟା ହେବା ଭଳି ଅନେକ ସମସ୍ୟା ଦେଖାଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ