Friday, October 2, 2026
22.9 C
Odisha

    ଆସନ୍ତୁ ଜାଣିବା ଶନିବାର କ’ଣ କଲେ , ଦୂର ହେବ ଶନିଦୋଷ

    ଆଗକୁ ପଢନ୍ତୁ

    ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ପ୍ରଭୁଙ୍କର ବିଶେଷ ଭାବରେ ପୂଜାର୍ଚ୍ଚନା କରାଯାଏ। ହିନ୍ଦୁ ଧର୍ମରେ ଶନିବାର ଦିନ ଶନିଦେବଙ୍କୁ ସମର୍ପିତ। ପ୍ରଭୁଙ୍କୁ ତେଲ ମଧ୍ୟ ଅର୍ପଣ କରାଯାଏ। ଶନି ଚାଳିଶା ପାଠ କରାଯାଏ। ଶନିଙ୍କ ସହ ଜଡିତ ଜିନିଷ ଦାନ କରାଯାଏ। ଏହାସହ ଶନିବାର ଦିନ କିଛି ଏପରି ଖାସ୍ ଖାଦ୍ୟ ରହିଛି ଯାହାର ସେବନ କରିବା ଦ୍ୱାରା ଶନିଙ୍କ ବିଶେଷ କୃପା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ। ଶନିଦେବ ପ୍ରସନ୍ନ ମଧ୍ୟ ହୋଇଥାନ୍ତି, ଏହାଦ୍ୱାରା ଜାତକରେ ଶନିଙ୍କ ଶୁଭ ଦୃଷ୍ଟି ରହିବା ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। କାର୍ଯ୍ୟରେ ସଫଳତା ମିଳିବା ସହ ଇଚ୍ଛା ପୂରଣ ହୋଇଥାଏ। ଶନିଙ୍କ କୃପା ପ୍ରାପ୍ତି ପାଇଁ ଏସବୁ ଖାଦ୍ୟରୁ ଯେକୌଣସି ଖାଦ୍ୟ ମଧ୍ୟ ସେବନ କରି ପାରିବେ। ଜାଣନ୍ତୁ..

    ବିରି ଡାଲି – ଶନିଦେବଙ୍କୁ କଳା ବିରିଡାଲି ଅର୍ପଣ କରାଯାଏ। ଅସହାୟଙ୍କୁ ଏହା ଦାନ ମଧ୍ୟ କରାଯାଏ। ପ୍ରଭୁଙ୍କୁ ଏହି ଡାଲି ଖୁବ୍ ପ୍ରିୟ। ତେଣୁ ଶନିବାର ଦିନ ଖେଚେଡିରେ ବିରି ଡାଲି ବ୍ୟବହାର କରି ଏହାକୁ ପ୍ରସ୍ତୁତ କରନ୍ତୁ। ଏହାର ସେବନ କରନ୍ତୁ। ଏହାଦ୍ୱାରା ଶନିଦେବ ପ୍ରସନ୍ନ ହେବା ସହ ଜାତକରୁ ଗ୍ରହ ଦୋଷ ଦୂର ହୋଇଥାଏ।

    ଗୋଲାପଜାମୁ  –   ଶନିବାର ଦିନ ଗୋଲାପଜାମୁ ସେବନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ପ୍ରଭୁଙ୍କୁ ଏହା ଖୁବ୍ ପ୍ରିୟ। ଏହାଦ୍ୱାରା ଜୀବନରେ ସର୍ବଦା ହସଖୁସି ରହିଥାଏ।

    ଚଣା – ଏହି ବାରରେ ଚଣା ଖାଇବା ମଧ୍ୟ ଅତ୍ୟନ୍ତ ଶୁଭଙ୍କର। ଏହାଦ୍ୱାରା ଶୁଭଫଳ ମିଳିଥାଏ।

    କଳା ରାଶି  – ଶନିବାର ଦିନ କଳା ରାଶି ଦାନ କରିବା ଅତ୍ୟନ୍ତ ଶୁଭଙ୍କର। ଶନି ଦୋଷରୁ ମୁକ୍ତି ପାଇବା ପାଇଁ କଳା ରାଶି ଦାନ କରାଯାଏ। ପ୍ରଭୁଙ୍କୁ ଏହା ଅର୍ପଣ ମଧ୍ୟ କରାଯାଏ। ଅଶ୍ୱତ୍ଥ ବୃକ୍ଷ ମୂଳରେ ସୋରିଷ ତେଲରେ କଳା ରାଶି ପକାଇ ଦୀପ ଲଗାନ୍ତୁ। ଶନିବାର ଦିନ ଭୋଜନରେ କଳାରାଶି ବ୍ୟବହାର କରନ୍ତୁ। ଏହାଦ୍ୱାରା ଶନିଙ୍କ ବିଶେଷ କୃପା ମିଳିବା ସହ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।

    ସୋରିଷ – ଶନିବାର ଦିନ ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ସେବନ କରନ୍ତୁ। ଏହାଦ୍ୱାରା ଶନିଦେବ ପ୍ରସନ୍ନ ହେବା ସହ ଶରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ