Friday, October 2, 2026
22.9 C
Odisha

    କଣାସ ବର୍ବରତା: ସରେଣ୍ଡର କଲା ମୁଖ୍ୟ ଅଭିଯୁକ୍ତ ସୁ ହାପି

    ଆଗକୁ ପଢନ୍ତୁ

    ପିପିଲି : ପୁରୀ ଜିଲ୍ଲା କଣାସରେ ମାଛ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିବା ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍ ହାପି ଆତ୍ମସମର୍ପଣ କରିଛି। ପୁଲିସର ତତ୍ପରତା ଭିତରେ ହାପି ପୁରୀ କୋର୍ଟରେ ସରେଣ୍ଡର କରିଛି। ଘଟଣାରେ ପୂର୍ବରୁ ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବାବେଳେ ରାୟପୁରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ରାୟପୁରରୁ ବଳରାମକୁ ଗିରଫ କରି ପୁଲିସ୍ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ପୁରୀ ଏସ୍‌ପି କଣାସ ଥାନାର ୩ ଏଏସ୍‌ଆଇଙ୍କୁ ମଧ୍ୟ ବଦଳି କରିଛନ୍ତି। ଜୁମର ବିଶ୍ଵାଳ, ସଞ୍ଜୟ ପାଟ୍ଟଶାଣୀ ଓ ସନ୍ତୋଷ ଉଦୟସିଂହଙ୍କୁ ଅସ୍ତରଙ୍ଗ, କାକଟପୁର ଓ କୃଷ୍ଣପ୍ରସାଦ ଥାନାକୁ ବଦଳି କରାଯାଇଛି। ମିଳିଥିବା ସୂଚନା ଅନୁସାରେ କଣାସ ଥାନା ଦୋକନ୍ଦା ଗାଁର ମୃତ୍ୟୁଞ୍ଜୟ ଭାରିମଳଙ୍କୁ ଶନିବାର ଦିନ ଗୋଲାବଜାର ମାଛ ମାର୍କେଟ ନିକଟରେ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୩ରୁ ୬ ଜଣ ଦୁର୍ବୃତ୍ତ ଏକ ଧାରୁଆ ପନିକିରେ ମୃତ୍ୟୁଞ୍ଜୟଙ୍କୁ ନିର୍ମମ ଭାବେ ହାଣିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ପଡ଼ି ରହିଥିବାବେଳେ ବଜାରରେ ଦୁର୍ବୁତ୍ତମାନେ ଆତଙ୍କ ଖେଳାଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ