Saturday, January 10, 2026
13.8 C
Odisha

    ଆସନ୍ତୁ ଜାଣିବା ସୋରିଷର ସ୍ୱାସ୍ଥ୍ୟ ଉପକାରିତା

    ଆଗକୁ ପଢନ୍ତୁ

    ଯଦି ଆପଣ ବି ନିଜର ବଢୁଥିବା ସୟସକୁ କମ୍ କରିବାକୁ ଚାହୁଁଛନ୍ତି ତ, ଏହି ହଳଦୀଆ ରଙ୍ଗର ଫୁଲ ଆପଣଙ୍କୁ ସାହାଯ୍ୟ କରିପାରିବ । ଆଜ୍ଞା ହଁ ଏହି ହଳଦୀଆ ରଙ୍ଗ ଫୁଲର ନାଁ ହେଉଛି ସୋରିଷ ଫୁଲ । ଆର୍ୟୁବେଦ ଅନୁସାରେ ସୋରିଷ ତେଲ ବହୁତ ରୋଗରୁ ଉପଶମ ଦେଇଥାଏ ।

    ମେଦବହୁଳତା  :  ଯଦି ଆପଣ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ଆପଣଙ୍କ ରୋଷେଇ ଘରେ ସ୍ଥାନ ଦିଅନ୍ତୁ ସୋରିଷ ତେଲକୁ । ସୋରିଷ ତେଲରେ ରହିଥିବା ଭିଟାମିନ୍ ଯଥା: ଥାୟାମିନ୍, ଫ୍ଲୋଟେଟ୍ ଓ ନିୟୋସିନ୍ ଶରୀରର ମେଟାବୋଲିଜିମ୍ ବଢାଇଥାଏ ।

    ତ୍ବଚାର ସଂକୁଚିତ ରେଖା   :  ସୋରିଷ ତେଲରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ୍ ତ୍ବଚାକୁ ଟାଇଟ୍ ରଖିଥାଏ ଯାହା ଦ୍ବାରା ତ୍ବଚା ଚମକି ଥାଏ । ଏଥିରେ ଥିବା ଭିଟାମିନ୍ ଏ, ସି ଓ କେ ଚେହେରା ଉପରେ ସଂକୁଚିତ ରେଖା ଆସିବାକୁ ଦେଇ ନଥାଏ । ମାନେ ଆପଣ ଅଧିକ ସମୟ ପର୍ୟ୍ୟନ୍ତ ଆପଣଙ୍କ ଯୌବନକୁ ଉପଭୋଗ କରିପାରିବେ ।

    ଦାନ୍ତଜନିତ ଯନ୍ତ୍ରଣା   : ଦାନ୍ତରେ ଯନ୍ତ୍ରଣା ଓ ପାଇରିଆ ସମସ୍ୟା ହେଉଥିଲେ ସୋରିଷ ତେଲରେ ଲୁଣ ମିଶାଇ ଆଙ୍ଗୁଠି ସାହାଯ୍ୟରେ ସେହି ସ୍ଥାନାକୁ ଧିରେ ଧିରେ ମାଲିସ୍ କରନ୍ତୁ । ଏହା କରିବା ଦ୍ବାରା ଦାନ୍ତ ମଜଭୂତ ରହିଥାଏ ଏବଂ ପାଇରିଆ ସମସ୍ୟା ଦୂର ହୋଇଥାଏ ।

    ପେଟରେ ହେଇଥିବା କୃମି  : କୃମି ହେବା ଯୋଗୁଁ ଭୋକ ଲାଗିବା ବନ୍ଦ ହୋଇଯାଇଥାଏ ତେଣୁ ଖାଇବାରେ ସୋରିଷ ତେଲକୁ ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କ ଭୋକ ବଢାଇଥାଏ , ଏହା ସହ କୃମି ସମସ୍ୟା ଦୂର ମଧ୍ୟ ହୋଇଥାଏ ।

    ଥଣ୍ଡା  :  ଯଦି ଆପଣ ଥଣ୍ଡା ଜନିତ କୌଣସିବି ରୋଗରେ ପିଡିତ ତାହାଲେ ସୋରିଷ ତେଲ ବ୍ୟବହାର କରନ୍ତୁ । ଏଥିରେ ଥିବା ମ୍ୟାଗନେସିୟମ ଥଣ୍ଡାରୁ ଉପସମ ଦେଇଥାଏ । ଆଇ ମଧ୍ୟ ଛାତିରେ ନିୟମିତ ସୋରିଷ ତେଲ ମାଲିସ୍ କରିବା ଦ୍ବରା ଥଣ୍ଡା କମିଥାଏ ।

    • କ୍ୟାନ୍ସର୍- ବୋଧହୁଏ ଆପଣ ଜାଣି ନଥିବେ କି ସୋରିଷ ତେଲରେ ଥିବା ଏକ୍ଷଙ୍କଳକ୍ଟହସକ୍ଷକ୍ଟକ୍ଷରଗ୍ଧ ଶରୀରରୁ କ୍ୟାନସର୍ ଓ ଟିୟୁମର୍ ଭଳି ଭୟାନକ ରୋଗରୁ ରକ୍ଷା କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    13.8 ° C
    13.8 °
    13.8 °
    23 %
    1.7kmh
    86 %
    Fri
    12 °
    Sat
    26 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ