Sunday, August 23, 2026
23.7 C
Odisha

    ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା, ୪ ବିଧାୟକ ହେଲେ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଗୌହାଟୀ : ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା । ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଗୌହାଟୀର ଖାନାପଡା ଭେଟନାରୀ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ହିମନ୍ତ ବିଶ୍ବଶର୍ମାଙ୍କ ସହିତ ଅନ୍ୟ ୪ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ, ଯୋଗୀ ଆଦିତ୍ୟନାଥ, ଚିରାଗ ପାଶୱାନ, ନୀତିନ ଗଡକାରୀ, ନୀତିନ ନବୀନ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

    ହିମନ୍ତ ବିଶ୍ବଶର୍ମାଙ୍କୁ ପଦ ଓ ଗୋପନୀୟତା ପାଠ କରାଇଲେ ରାଜ୍ୟପାଳ । ଦ୍ବିତୀୟ ଥର ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲ ହିମନ୍ତ ବିଶ୍ବଶର୍ମା । ଆସାମରେ ବିଜେପି ୩ୟ ଥର ପାଇଁ ଶାସନ କରୁଛି । ହିମନ୍ତଙ୍କ ସହ ୪ ବିଧାୟକ ଅତୁଲ ବୋରା, ଅଜନ୍ତା ନେଓଗ, ରାମେଶ୍ବର ତେଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    97 %
    1kmh
    100 %
    Sun
    29 °
    Mon
    29 °
    Tue
    26 °
    Wed
    27 °
    Thu
    25 °

    ସମ୍ବନ୍ଧିତ