Friday, October 2, 2026
29.9 C
Odisha

    ହାଇୱାରୁ ପଥର ଖସି ଶ୍ରମିକ ମୃତ

    ଆଗକୁ ପଢନ୍ତୁ

    ଲାଠିକଟା : ରାଉରକେଲା ନିକଟସ୍ଥ କଲୁଙ୍ଗା ବଲଣ୍ଡାସ୍ଥିତ ଗୋଟିଧର ଖାଦାନରୁ ପଥର ବୋଝେଇ ଆସୁଥିବା ହାଇୱାରୁ ପଥର ଖସି ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଗୋଟିଧର ପଥର ଖାଦାନରେ ସ୍ଥାନୀୟ ଗୋଟିଧର ଗ୍ରାମର ହେରମନ ଆଇନ୍ଦ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ସକାଳେ ସେ ଖାଦାନରେ କାମ କରୁଥିବାବେଳେ ପଥର ବୋଝେଇ ହାଇୱାରୁ ଏକ ବଡ଼ ପଥର ଖସି ତାଙ୍କ ମୁଣ୍ଡରେ ପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାର ହେବା ମାତ୍ରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନ ପ୍ରକାଶ ପାଇଥିଲା। ସେମାନେ ଖାଦାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲୁଙ୍ଗା ଫାଣ୍ଡି ଆଗରେ ପାଟିତୁଣ୍ଡ କରିଥିଲେ। ଖାଦାନ ଓ କ୍ରସର ମାଲିକଙ୍କ ଅବହେଳା ସହିତ ଶ୍ରମିକଙ୍କୁ ସୁରକ୍ଷା ସରଞ୍ଜାମ ନ ଦେଇ କାମ କରାଉଥିବାରୁ ହେରମନଙ୍କ ମୃତ୍ୟୁ ହେଲା ବୋଲି ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୋଗ କରିଥିଲେ। ପରେ କ୍ରସର ମାଲିକଙ୍କ ପ୍ରତିନିଧି ସେଠାକୁ ଆସି କ୍ଷତିପୂରଣ ବାବଦରେ ଆଲୋଚନା କରିଥିଲେ ମଧ୍ୟ ସମାଧାନ ବାଟ ବାହାରି ପାରି ନଥିଲା। କ୍ଷତିପୂରଣ ନ ମିଳିବା ଯାଏ ଶବ ନେବେ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ। ଫଳରେ ହେରମନଙ୍କ ଶବ ଡାକ୍ତରଖାନାରେ ପଡ଼ି ରହିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ