Sunday, March 22, 2026
20.3 C
Odisha

    ଆସିଗଲା କ୍ୟାନସର ଟୀକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :କ୍ୟାନସର ପାଇଁ ଆସିଲା ଟିକା। କର୍କଟ ରୋଗ ବିରୋଧରେ ଭ୍ୟାକସିନ ପ୍ରସ୍ତୁତ ନେଇ ଦାବି କରିଛି ରୁଷ। ୨୦୨୫ରୁ ଦେଶର ନାଗରିକଙ୍କୁ ମାଗଣାରେ ଟୀକା ପ୍ରଦାନ କରାଯିବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଚଳିତ ଶତାବ୍ଦୀର ଏହା ସବୁଠାରୁ ବଡ଼ ଉଦ୍ଭାବନ ବୋଲି ସେ କହିଛନ୍ତି।ରୁଷ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କ୍ୟାନସର ଭ୍ୟାକସିନ ପ୍ରସ୍ତୁତିରେ ସଫଳତା ନେଇ ଗତକାଲି ସ୍ପଷ୍ଟ କରିଥିଲା। ସ୍ବାସ୍ଥ୍ୟ ମନ୍ତ୍ରାଳୟର ରେଡିଓଲୋଜି ରିସର୍ଚ୍ଚ ସେଣ୍ଟର ଡାଇରେକ୍ଟର ଆନ୍ଦ୍ରେୟି କପ୍ରିନ ରେଡିଓରେ ଘୋଷଣା କରିଥିଲେ। କ୍ୟାନସର ପାଇଁ mRNA ଭ୍ୟାକସିନ ବିକଶିତ କରାଯାଇଥିବା ସେ କହିଛନ୍ତି।mRNA ମଣିଷ ଶରୀରର ଜେନେଟିକ କୋଡର ଏକ ସୁକ୍ଷ୍ମ ଅଂଶ। ଯାହା ମଣିଷ ଶରୀରର କୋଷିକାରେ ପ୍ରୋଟିନ ପ୍ରସ୍ତୁତ କରିଥାଏ। ଏଥିରୁ ଶରୀରକୁ ଆବଶ୍ୟକ ପ୍ରୋଟିନ ମିଳିଥାଏ ଯାହା ଆଣ୍ଟିବଡିରେ ପରିଣତ ହୋଇଥାଏ। ଏହି ପଦ୍ଧରେ mRNA ଟିକା ପ୍ରସ୍ତୁତ କରି କ୍ୟାନସରର ମୂଳୋତ୍ପାଟନ କରାଯାଇପାରିବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ