Thursday, October 8, 2026
22.7 C
Odisha

    ଦିଲ୍ଲୀରେ UNI ନ୍ୟୁଜ୍ ଏଜେନ୍ସି କାର୍ଯ୍ୟାଳୟ ସିଲ୍, ପୋଲିସ ବିରୋଧରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀରେ ୟୁଏନଆଇ ନ୍ୟୁଜ୍ ଏଜେନ୍ସି କାର୍ଯ୍ୟାଳୟ ସିଲ୍ । ପୋଲିସ ବିରୋଧରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦେଶର ଅନ୍ୟତମ ପୁରାତନ ନ୍ୟୁଜ୍ ଏଜେନ୍ସି ‘ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ‘ ର କାର୍ଯ୍ୟାଳୟକୁ ପୋଲିସ ସିଲ୍ କରିଛି । ଏହି କାର୍ଯ୍ୟାନୁଷ୍ଠାନକୁ ସାମ୍ବାଦିକ ସଂଘ “ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ” ବୋଲି କହି ନିନ୍ଦା କରିଛି ।

    କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ UNI କୁ ଦିଆଯାଇଥିବା ଜମି ବଣ୍ଟନକୁ ରଦ୍ଦ କରାଯାଇଥିଲା। ଏହା ବିରୋଧରେ ନ୍ୟୁଜ୍ ଏଜେନ୍ସି ହାଇକୋର୍ଟ ଯାଇଥିଲେ ମଧ୍ୟ କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଫଳରେ ପୋଲିସ ଅଫିସ୍ ଟିକୁ ଖାଲି କରି ସିଲ୍ କରିଛି ।

    ଅଫିସ୍ ସିଲ୍ କରିବା ସମୟରେ ପୋଲିସ ଏବଂ ସାମ୍ବାଦିକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଜଣେ ମହିଳା ପୋଲିସ କର୍ମଚାରୀ ଜଣେ ମହିଳା ସାମ୍ବାଦିକାଙ୍କୁ ଧକ୍କା ମାରିବା ଫଳରେ ସେ ତଳେ ପଡ଼ିଯାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୟୁଏନଆଇ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପୋଲିସ ସେମାନଙ୍କ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଛି ।

    ସେପଟେ ଦିଲ୍ଲୀ ପୋଲିସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। କହିଛି ସମସ୍ତ କାର୍ଯ୍ୟ ଆଇନ ଅନୁସାରେ କରାଯାଇଛି । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ତେଣୁ କୌଣସି ଅନ୍ୟାୟ ହୋଇନାହିଁ । ୟୁଏନଆଇ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି ଏଭଳି କାର୍ଯ୍ୟାନୁଷ୍ଠାନ ଗଣତନ୍ତ୍ର ପାଇଁ ଚିନ୍ତାଜନକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    89 %
    1.7kmh
    5 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ