Sunday, March 22, 2026
28.1 C
Odisha

    ଆସୁଛି ଗ୍ରୀଷ୍ମଋତୁ: ଏହି ବନଖଣ୍ଡରେ ଜଣେ ବନପାଳ, ୨୨ ବନରକ୍ଷୀ ପଦବି ଖାଲି

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ଜଙ୍ଗଲ, ପରିବେଶ ସୁରକ୍ଷା ନିମନ୍ତେ ସରକାରଙ୍କର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ କାମ କରୁଅଛିl ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ସରକାର ଯେଉଁ ଅନୁସାରେ ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତିl ବାସ୍ତବରେ ସେହି ଅନୁସାରେ ଜଙ୍ଗଲ ଓ ପରିବେଶର ସୁରକ୍ଷା କରାଯାଇ ପାରୁନାହିଁ। ତାହାର କାରଣ ହେଉଛି ଆବଶ୍ୟକ ସଂଖ୍ୟକ ବିଭାଗୀୟ କ୍ଷେତ୍ର କର୍ମଚାରୀ ନାହାନ୍ତିl ଠିକା କର୍ମଚାରୀ ରୂପେ ଦୈନିକ ସର୍ବନିମ୍ନ ମଜୁରୀୟରେ ନିଯୁକ୍ତି ପାଇଥିବା ଅସ୍ଥାୟୀ ପ୍ରତିରୋଧ ସହାୟକ(ପି.ଏ) ମାନଙ୍କୁ ଏଥିପାଇଁ ସେମାନଙ୍କର ମଜୁରୀ ତୁଳନାରେ ଅଧିକ ପରିଶ୍ରମ କରିବାକୁ ପଡୁଛି l ସେମାନଙ୍କୁ ଠିକ ସମୟରେ ମଜୁରୀ ମଧ୍ୟ ମିଳୁନିl

    ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ପ୍ରତିରୋଧ ସହାୟକ ବା ପିଏମାନଙ୍କୁ ଜାନୁଆରି ମାସର ପ୍ରାପ୍ୟ ମିଳିନି। ଦୈନିକ ସର୍ବନିମ୍ନ ୪୫୨ ଟଙ୍କା ମଜୁରୀରେ ନିୟୋଜିତ ହୋଇଥିଲେ ସୁଦ୍ଧା ଠିକ ସମୟରେ ସେମାନଙ୍କର ପ୍ରାପ୍ୟ ମିଳନଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ମୁହଁ ଖୋଲି ପାରୁ ନାହାଁନ୍ତି। ମୁହଁ ଖୋଲିଲେ କାମରୁ ବହିଷ୍କାର କରି ଦିଆଯିବାର ଭୟ ରହୁଛି।

    ରାଇରଙ୍ଗପୁର ସେକ୍ସନର ଇଚିଣ୍ଡା, ଗୋରୁମହିଷାଣି ସେକ୍ସନର ଗୋରୁମାହିଷାଣି, ଧଳାବେଡ଼ା, ରୁଆଁସୀ, ବଡ଼ାମତଳିଆ ସେକ୍ସନର ବିଜାତଳା, ଲୁହସିଳା, ଜାମଦା ସେକ୍ସନର ସୁନାମରା, ହାଟବାଦଡ଼ା ସେକ୍ସନର ହାଟବାଦଡ଼ା, ଦୁବୁଲାବେଡ଼ା, ବିଶୋଇ, ଦେଓପଟା, ମଣଦା ସେକ୍ସନର ବାଙ୍କିଡିହି, ତୁଳସୀବଣି,ବିଶୋଇ ସେକ୍ସନର ଗର୍ଗାଡ଼ିହି, ପୋଖରିଆ, ଚଢ଼େଇପାହାଡି ସେକ୍ସନର ଲୁହସିଳା, ରାଜାବସା ସେକ୍ସନର ରାଜାବସା,ସରଗଡା ସେକ୍ସନର ଜୋକା, ସରଗୋଡ଼ା-୧, ସରଗଡା-୨, ନିଶ୍ଚିନ୍ତା ସେକ୍ସନର ନିଶ୍ଚିନ୍ତା ଏବଂ ଦେଓପଟ୍ଟା ବିଟ ହାଉସ ବନରକ୍ଷୀ ପଦ ଖାଲି ପଡିଛି।

    ଆଗକୁ ପତ୍ରଝଡା ସହିତ ଏବଂ ଖରାଦିନ ସମୟ ଆସୁଛି। ଏହି ସମୟରେ ବନାଗ୍ନିକୁ ଆୟତ୍ତ କରିବା ବଡ଼ ଆହ୍ୱାନ। ଏଥିପାଇଁ ଜଙ୍ଗଲ ଖାଲି ପଡ଼ିଥିବା ବନ କର୍ମଚାରୀଙ୍କ ପଦବୀଙ୍କୁ ଶୀଘ୍ର ପୂରଣ କରାଯିବାର ଆବଶ୍ୟକତା ରହିଛି। ଏପୋଟେ ଗ୍ରୀଷ୍ମ ଋତୁରେ ବନାଗ୍ନିକୁ ଆୟତ୍ତ କରିବା ନେଇ ସବୁଡ଼ଠାରୁ ବଡ ଚାଲେଞ୍ଜ ରହିଛି ବନ ବିଭାଗର। କାହିଁକି ନା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଉଥିବାର ଦେଖିବାକୁ ମିଳୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    30 %
    1.7kmh
    66 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ