Saturday, September 12, 2026
23.6 C
Odisha

    ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଜାରି ରହିବ। ପଶ୍ଚିମା ଏବଂ ଶୁଷ୍କ ବାୟୁର ପ୍ରଭାବ ଯୋଗୁଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ଅଧିକ ଗରମ ଅନୁଭୂତ ହେବ। ସେହିପରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମ୍ ରହିବ, କିନ୍ତୁ କାଳବୈଶାଖୀ ସମ୍ଭାବନା ଅଛି। ସୋମବାର ଦିନ ବେଳା ୧୪ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଟପି ଯାଇଥିଲା। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କରିଥିବା ପୂର୍ବାନୁମାନ ଅନୁସାରେ ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଭଦ୍ରକ, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ସହିତ ୪୦ରୁ ୫୦ କିମି ବେଗରେ ପବନ ବୋହିବା ସମ୍ଭାବନା ଅଛି। ସେହିପରି ପୁରୀ, ନୟାଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନବରଙ୍ଗପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ ଜିଲାରେ ମଧ୍ୟ କାଳବୈଶାଖୀ ଆଶଙ୍କା ରହିଛି।

    ଦିନ ବେଳା ଗରମ ସହ ରାତିରେ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଏପରି ସ୍ଥିତି ଲାଗି ରହିବ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପଶ୍ଚିମା ଏବଂ ଶୁଷ୍କ ବାୟୁର ପ୍ରଭାବ ଯୋଗୁଁ ପଶ୍ଚିମ ଓଡ଼ିଶା, ବିଶେଷକରି ଝାରସୁଗୁଡ଼ାରୁ ବଲାଙ୍ଗିର ପର୍ଯ୍ୟନ୍ତ ସମସ୍ତ ଜିଲାରେ ଅଧିକ ତାତି ଅନୁଭୂତ ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ ତାପମାତ୍ରା ୪୨ ଡିଗ୍ରୀରୁ ୪୩.୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଉପକୂଳ ଓଡ଼ିଶା ଏବଂ ରାଜଧାନୀ ଅଞ୍ଚଳ (ଭୁବନେଶ୍ୱର ଓ କଟକ) ରେ ତାପମାତ୍ରା ୩୮ରୁ ୩୯ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ବାୟୁମଣ୍ଡଳରେ ଅତ୍ୟଧିକ ଜଳୀୟ ବାଷ୍ପ ଯୋଗୁଁ ଅସହ୍ୟ ଗୁଳୁଗୁଳି ଜାରି ରହିବ।

    ଆସନ୍ତା ୨୧ ପରେ କାଳବୈଶାଖୀର ପ୍ରଭାବ ବଢ଼ିବା ଫଳରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିପାରେ। ଚାଷୀମାନେ ନିଜ ଫସଲରେ ବାରମ୍ବାର କିନ୍ତୁ ହାଲୁକା ଜଳସେଚନ କରନ୍ତୁ। ବିଶେଷ କରି ମୁଗ, ବିରି ଏବଂ ପନିପରିବା କ୍ଷେତରେ ମାଟିକୁ ସବୁବେଳେ ଓଦା ରଖନ୍ତୁ। କେବଳ ସକାଳ ଶୀଘ୍ର କିମ୍ବା ସନ୍ଧ୍ୟା ସମୟରେ ଜଳସେଚନ କରନ୍ତୁ। ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷାର ଆଶଙ୍କା ଥିବାରୁ ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ଉଚିତ। ତାତି ଅଧିକ ରହୁଥିବାରୁ ସାର ବ୍ୟବହାର କରିବା ଅନୁଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    96 %
    2.1kmh
    100 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ