Friday, October 2, 2026
28.6 C
Odisha

    ଜଗନ୍ନାଥ ଦର୍ଶନ କରି ବାହାରିଥିଲେ ଦମ୍ପତି, ବାଟରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ

    ଆଗକୁ ପଢନ୍ତୁ

    ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ପୂର୍ତ୍ତ ବିଭାଗ ଅଧୀନ ରାଜ୍ୟ ରାଜପଥର ସୁବୁଲାର ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଚଳନ୍ତା କାର୍‌ ଜଳି ପୋଡ଼ି ପାଉଁଶ ହୋଇଛି। କାର୍‌ରେ ଥିବା ବାଲଡ଼ା ଗ୍ରାମର ଈଶ୍ୱର ହନ୍ତାଳ ଓ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପାଡୁଆ ପୋଲିସ ଥାନାଧିକାରୀ ଅଶୋକ ବିଷୋୟୀ ଓ ନନ୍ଦପୁର ଅଗ୍ନିଶମ ବାହିନୀ କେନ୍ଦ୍ରାଧିକାରୀ ହେମନ୍ତ କୁମାର ସାମଲଙ୍କ ତେତୃତ୍ୱାଧୀନ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କାର୍‌ ଓ କାର୍‌ ଭିତରେ ଥିବା ଦମ୍ପତିଙ୍କ ମୋବାଇଲ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ କାରଣରୁ କାରରେ ନିଆଁ ଲାଗି ଥିବା ଜଣାପଡିଛି।

    ସୂଚନାଥାଉ କି, ଉକ୍ତ ସ୍ଥାନରେ ପୂର୍ତ୍ତ ବିଭାଗ ତରଫରୁ ପୁରୁଣା ବ୍ରିଜ୍‌କୁ ଭାଙ୍ଗି ନୂତନ ବ୍ରିଜ ନିର୍ମାଣ କରାଯାଉଛି। ଗାଡ଼ି ମୋଟର ଯିବା ଆସିବା ପାଇଁ ଡାଇଭର୍ସନ ନିର୍ମାଣ କରାଯାଇଛି। ନନ୍ଦପୁର ପଟୁ ପାଡୁଆ ଯିବା ବେଳେ ଡାଇଭର୍ସନ ପାର କରିବା ମାତ୍ରେ ଉଠାଣି ଥିବାରୁ ଉଠାଣି ଚଢ଼ିବା ବେଳେ କାର୍‌ଟି ଏଭଳି ଅଘଟଣର ଶିକାର ହୋଇଥିବା। ଦମ୍ପତି ବାଲଡ଼ାରୁ ବାହାରି ବାଞ୍ଜଲାପୁଟରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ସେଠାରୁ ସମସ୍ତେ ମିଶି ପୁରୀ ଜଗନ୍ନାଥ ଦର୍ଶନରେ ଯିବାକୁ ବାହାରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ