Wednesday, April 1, 2026
38.4 C
Odisha

    ଆହୁରି ୭ ଦିନ ଜାଡ଼ରେ ଥରିବ ଓଡ଼ିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟର ରାତି ତାପମାତ୍ରା ଲଗାତାର ତଳମୁହାଁ ହେବାରେ ଲାଗିଥିବା ବେଳେ ଆଜି ଘୁ. ଉଦୟଗିରିର ପାରଦସ୍ତର ୩.୧ ଡିଗ୍ରିକୁ ଖସିଛି। ସେହିଭଳି ଶିମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରି, ଫୁଲବାଣୀରେ ୫.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରି, ଚିପିଲିମାରେ ୬.୬ ଡିଗ୍ରି, ଝାରସୁଗୁଡ଼ାରେ ୭.୧ ଡିଗ୍ରି, ଭବାନୀପାଟଣାରେ ୭.୫ ଡିଗ୍ରି, ରାଉରକେଲାରେ ୭.୨ ଡିଗ୍ରି, କୋରାପୁଟରେ ୮.୧ ଡିଗ୍ରି, କିରେଇରେ ୮.୪ ଡିଗ୍ରି, ଅନୁଗୁଳରେ ୮.୬ ଡିଗ୍ରି, ବଲାଙ୍ଗୀରରେ ୯ ଡିଗ୍ରି, ନବରଙ୍ଗପୁରରେ ୯.୨ ଡିଗ୍ରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୯.୬ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି। ରାଜଧାନୀ ଭୁବନେଶ୍ବରରେ ରାତି ପାରଦ ହାଲୁକା ବଢ଼ିଥିବା ବେଳେ ଗତକାଲି ରାତିରେ ୧୨.୬ ଡିଗ୍ରି ରେକର୍ଡ ହୋଇଛି। ଏଥିସହ କଟକରେ ୧୧.୮ ଡିଗ୍ରି ରାତି ତାପମାତ୍ରା ରହିଥିଲା।   ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ବି ରାଜ୍ୟର ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର କିଛି କିଛି ଅଞ୍ଚଳରେ ଶୀତ ଲହରି ପ୍ରବାହିତ ହେବାର ଆଶଙ୍କାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଥଣ୍ଡା ପାଗ ଜାରି ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରି ରହିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ