Sunday, October 11, 2026
22.1 C
Odisha

    ଆୟକର ଦେଉଥିବା ୮ ଲକ୍ଷ ଲୋକ ରାସନ୍‌କାର୍ଡ ନେଇଥିଲେ: ଯୋଗାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାସନ୍‌କାର୍ଡ ଇ-କେୱାଇସି କରିବାକୁ ପରାମର୍ଶ ଦେଇଛନ୍ତି। ଏହି ହିସାବରେ ହିତାଧିକାରୀଙ୍କ ପାଖରେ ଆଉ ୬ ଦିନ ସମୟ ରହିଛି। ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ ଇ-କେୱାଇସି କରିନାହାନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଗଣମାଧ୍ୟମକୁ କହିଛନ୍ତି। ସେ ୬ ଦିନ ଭିତରେ ଅନ୍ୟମାନଙ୍କୁ ଇ-କେୱାଇସି କରବାକୁ ଅପିଲ କରିଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ଚାକିରି କରିଥିବା ବା ଆୟକର ଦେଉଥିବା ଏବେ ସୁଦ୍ଧା ୧୨ ହଜାର ଅଯୋଗ୍ୟ ରାସନ୍‌କାର୍ଡ ଫେରାଇ ସାରିଛନ୍ତି। ଆସନ୍ତା ୧୫ ତାରିଖ ପରେ ଆଉ ଇ-କେୱାଇସି ଅବଧି ବଢ଼ାଯିବ ନାହିଁ।

    ମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଇ-କେୱାଇସି କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ। ଇ-କେୱାଇସି ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ। ତଥାପି ଯଦି ଅଯୋଗ୍ୟ ମାନେ କାର୍ଡ ନଫେରାଇଲେ, ତେବେ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ। ଏଥିରେ ନୂଆ ଲୋକଙ୍କୁ ଯୋଡ଼ା ଯିବ। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି। ସେହିପରି ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିଲେ ବି ରିପୋର୍ଟ ଆସିଛି। ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିଲେ। ଏହାର ରିପୋର୍ଟ ମନ୍ତ୍ରୀଙ୍କର ହସ୍ତଗତ ହୋଇଛି। ଏନେଇ ଅଧିକାରୀମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି କାର୍ଡ ଗୁଡ଼ିକ ମଧ୍ୟ କଟିବ। ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ କଲେ ଆକ୍ସନ ହେବ ବୋଲି କହିଲେ ମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ