Saturday, October 10, 2026
30.1 C
Odisha

    ସୋମବାର ମହାକୁମ୍ଭ ଯାଇ ବୁଡ଼ ପକାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପ୍ରୟାଗରାଜ ଗସ୍ତରେ ଯାଇ ମହାକୁମ୍ଭରେ ସ୍ନାନ କରିବେ। ରବିବାର ପ୍ରକାଶିତ ଏକ ସରକାରୀ ବିବୃତିରେ ଏହି ସୂଚନା ଦିଆଯାଇଛି। ବିବୃତି ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୟାଗରାଜରେ ୮ ଘଣ୍ଟାରୁ ଅଧିକ ସମୟ ରହିବେ। ଏହି ସମୟରେ ସେ ସଙ୍ଗମ ସ୍ନାନ ସହିତ ଅକ୍ଷୟବଟ ଏବଂ ବଡେ ହନୁମାନ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିବେ। ସନାତନ ସଂସ୍କୃତିରେ ଅକ୍ଷୟବତକୁ ଅମରତ୍ୱର ପ୍ରତୀକ ବୋଲି ବିବେଚନା କରାଯାଏ । ହିନ୍ଦୁ ଧର୍ମରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି, ଏହାର ମହତ୍ତ୍ୱ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି ।ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିବୃତିରେ ଉଲ୍ଲେଖ କରାଯାଇଛି ଯେ ରାଷ୍ଟ୍ରପତି ସକାଳେ ସଙ୍ଗମ ନାଲାରେ ପହଞ୍ଚି ତ୍ରିବେଣୀ ସଙ୍ଗମରେ ସ୍ନାନ କରିବେ। ଦେଶର ପ୍ରଥମ ନାଗରିକଙ୍କ ପାଇଁ ସଙ୍ଗମରେ ସ୍ନାନ କରିବା ଏକ ଐତିହାସିକ ମୁହୂର୍ତ୍ତ ହେବ।

    ଏହା ପୂର୍ବରୁ ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜ ଯାଇ ସଙ୍ଗମରେ ବୁଡ଼ ପକାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ