Wednesday, October 7, 2026
27.2 C
Odisha

    ‘ଆୟୁଷ୍ମାନ’ ହିତାଧିକାରୀଙ୍କଠୁ ଅର୍ଥ ନେଲେ କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡରେ ହେବ। ଏଥିସହ ଡାକ୍ତରଖାନାରୁ ଛାଡ଼ ପାଇବାର ୧୫ ଦିନ ଯାଏ କୌଣସି ପ୍ରକାର ଚିକିତ୍ସା, ପରାମର୍ଶ, ଔଷଧ, ପରୀକ୍ଷା ପାଇଁ ମଧ୍ୟ ଅର୍ଥ ଦେବାକୁ ପଡ଼ିବନାହିଁ। ସେହିପରି ଅ‌େ‌ସ୍ତ୍ରାପଚାର ହୋଇଥିବା ରୋଗୀଙ୍କୁ ପରବର୍ତ୍ତୀ ଚିକିତ୍ସା ମଧ୍ୟ ଏହି ଯୋଜନାରେ ବିନା ମୂଲ୍ୟରେ ମିଳିବ। କୌଣସି ଅନୁବନ୍ଧିତ ଡାକ୍ତରଖାନା ଏହି ନିୟମ ବିରୋଧରେ ଯାଇ ରୋଗୀଙ୍କ ଠାରୁ ଅର୍ଥ ଦାବି କରିପାରିବେ ନାହିଁ। ଏହି ମର୍ମରେ ରାଜ୍ୟ ସ୍ବାସ୍ଥ୍ୟ ବୀମା ସମିତିର ସିଇଓ ଡା. ବୃନ୍ଦା ଡି. ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ପତ୍ର ଲେଖି ଅବଗତ କରିଛନ୍ତି। ଡାକ୍ତରଖାନା ପକ୍ଷରୁ ରୋଗୀଙ୍କୁ ଆବଶ୍ୟକ ଔଷଧ ଯୋଗାଇବା ସହିତ ଡିସ୍‌ଚାର୍ଜ ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଆବଶ୍ୟକ ପୁନଃ ପରାମର୍ଶ ଓ ପରୀକ୍ଷା ସମ୍ପୂର୍ଣ୍ଣ ନିଃଶୁଳ୍କ ପ୍ରଦାନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ନିର୍ଦେଶନାମାର ଉଲ୍ଲଙ୍ଘନ କରୁଥିବା ଡାକ୍ତରଖାନା ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମିତି ପକ୍ଷରୁ ଏହି ପ୍ରତରେ ସ୍ପଷ୍ଟ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ