Tuesday, September 29, 2026
30.1 C
Odisha

    ଫୋନ୍ ବ୍ୟବହାରରୁ ଗୋଟିଏ ମାସ ଦୂରେଇ ରୁହନ୍ତୁ, ଆସିବ ଏହି ସବୁ ଶାରୀରିକ ପରିବର୍ତ୍ତନ  

    ଆଗକୁ ପଢନ୍ତୁ

    ଆଜିର ସମୟରେ ହୁଏତ ଏମିତି କେହି ବ୍ୟକ୍ତି ନଥିବେ, ଯିଏ ସ୍ମାର୍ଟଫୋନ ବ୍ୟବହାର କରୁ ନଥିବେ। ସକାଳୁ ଆଖି ଖୋଲିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଅଧିକାଂଶ ଲୋକଙ୍କର ବହୁତ ସମୟ ମୋବାଇଲ ସ୍କ୍ରିନ ସାମ୍ନାରେ ହିଁ ବିତିଯାଏ । ସୋସିଆଲ ମିଡିଆ, ଭିଡିଓ, ଗେମ ଏବଂ କ୍ରମାଗତ ଭାବେ ଆସୁଥିବା ନୋଟିଫିକେସନ ଲୋକଙ୍କୁ ଘଣ୍ଟା ଘଣ୍ଟା ଫୋନ ସହ ଯୋଡ଼ି ରଖିଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ଯଦି ଏକ ମାସ ପାଇଁ ସ୍ମାର୍ଟଫୋନଠାରୁ ଦୂରେଇ ରହିବା, ତେବେ ଶରୀର ଓ ମସ୍ତିଷ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ିପାରେ? ତେବେ ଆସନ୍ତୁ ଜାଣିବା…

    ସ୍ମାର୍ଟଫୋନର କ୍ରମାଗତ ବ୍ୟବହାର ମସ୍ତିଷ୍କକୁ ପ୍ରତ୍ୟେକ ମୁହୂର୍ତ୍ତରେ ନୂଆ ସୂଚନା ଏବଂ ନୋଟିଫିକେସନ୍ ଦ୍ୱାରା ଘେରି ରଖିଥାଏ । ଏଭଳି ସ୍ଥିତିରେ ମନ ବିଚଳିତ ହେବା ଏବଂ କୌଣସି ଗୋଟିଏ କାମରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମନୋନିବେଶ କରି ନ ପାରିବା ଏକ ସାଧାରଣ କଥା ହୋଇଯାଏ । ଏଭଳି ପରିସ୍ଥିତିରେ, ଏକ ମାସ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ଠାରୁ ଦୂରରେ ରହିଥିବା ଲୋକମାନେ କହିଛନ୍ତି ଯେ, ସେମାନଙ୍କର ଏକାଗ୍ରତା ପୂର୍ବାପେକ୍ଷା ବହୁତ ଭଲ ହୋଇଛି ଏବଂ ସେମାନେ ନିଜ କାମରେ ଅଧିକ ଧ୍ୟାନ ଦେଇ ପାରୁଛନ୍ତି ।

    ନିଦ୍ରାରେ ସୁଧାର ଆସିପାରେ ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ବହୁ ସମୟ ଧରି ଫୋନ ବ୍ୟବହାର କରନ୍ତି । ଏହାଦ୍ୱାରା ଆଖି ଏବଂ ମସ୍ତିଷ୍କକୁ ଆରାମ ମିଳିପାରେ ନାହିଁ । ସ୍ମାର୍ଟଫୋନଠାରୁ ଦୂରେଇ ରହିବା ପରେ ଲୋକମାନେ ଅନୁଭବ କଲେ ଯେ ସେମାନଙ୍କ ନିଦ ପୂର୍ବାପେକ୍ଷା ଭଲ ହେବାକୁ ଲାଗିଲା । ସେମାନେ ଜଲଦି ଶୋଇପାରିଲେ ଏବଂ ସକାଳେ ଅଧିକ ସତେଜ ଅନୁଭବ କଲେ। ବିଶେଷଜ୍ଞମାନେ ମଧ୍ୟ ମାନନ୍ତି ଯେ ସ୍କ୍ରିନ୍ ଟାଇମ୍ କମାଇବା ଦ୍ୱାରା ନିଦର ଗୁଣବତ୍ତା ଉପରେ ଭଲ ପ୍ରଭାବ ପଡ଼ିପାରେ । ଯେତେବେଳେ ହାତରେ ଫୋନ୍ ନଥାଏ, ସେତେବେଳେ ଲୋକମାନେ ନିଜ ଆଖପାଖର ଜିନିଷ ଉପରେ ଅଧିକ ଧ୍ୟାନ ଦେବାକୁ ଲାଗନ୍ତି । ଫୋନ୍ ବଦଳରେ ବହି ପଢ଼ିବା, ବୁଲିବା କିମ୍ବା ନିଜର କୌଣସି ସଉକ ପାଇଁ ସମୟ ଦେବା ସହଜ ହୋଇଗଲା । ଏହାଦ୍ୱାରା ମାନସିକ ସନ୍ତୋଷ ମଧ୍ୟ ବୃଦ୍ଧି ପାଇଲା ।

    ସ୍ମାର୍ଟଫୋନ୍ର ସବୁଠାରୁ ବଡ଼ ଅଭ୍ୟାସ ହେଉଛି, ଟିକିଏ ଫୁରସତ୍ ମିଳିବା ମାତ୍ରେ ଲୋକମାନେ ସ୍କ୍ରିନ୍ ଦେଖିବାକୁ ଲାଗନ୍ତି । ବସ୍ ଅପେକ୍ଷାରେ ଥିବା ସମୟରେ, ଲାଇନରେ ଛିଡ଼ା ହୋଇଥିବା ବେଳେ କିମ୍ବା ଖାଲି ବସିଥିବା ବେଳେ ମଧ୍ୟ ସେମାନଙ୍କର ଧ୍ୟାନ ଫୋନ ଆଡ଼କୁ ଯାଇଥାଏ। ଏହାଦ୍ୱାରା ମସ୍ତିଷ୍କକୁ ଖରାପ ହେବାକୁ ଲାଗିଥାଏ । ଲୋକମାନେ ଯଦି ଗୋଟିଏ ମାସ ପର୍ଯ୍ୟନ୍ତ ଫୋନ୍ ନ ଧରନ୍ତି ତେବେ, ନିଜର ଭାବନା ସହିତ ଅଧିକ ସମୟ ବିତାଇ ପାରିବେ ଏବଂ ସବୁକିଛି କାମ ଠିକ୍ ସେ କରିକାରିବେ । ଯଦିଓ ବିଶେଷଜ୍ଞମାନେ ମାନନ୍ତି ଯେ ସ୍କ୍ରିନ ଟାଇମ କମାଇବା, ଅକାରଣରେ ସୋସିଆଲ ମିଡିଆ ସ୍କ୍ରଲିଂରୁ ବଞ୍ଚିବା ଏବଂ ଦିନର କିଛି ଘଣ୍ଟା ଫୋନଠାରୁ ଦୂରରେ ରହିବା ଲାଭଦାୟକ ହୋଇପାରେ । ଏକ ମାସର ଡିଜିଟାଲ୍ ବ୍ରେକ୍ ସମସ୍ତଙ୍କ ପାଇଁ ଜରୁରୀ ନୁହେଁ, କିନ୍ତୁ ଏହା ଦ୍ୱାରା ଏହା ନିଶ୍ଚିତ ଭାବେ ବୁଝିହେବ ଯେ ଟେକ୍ନୋଲୋଜିର ସନ୍ତୁଳିତ ବ୍ୟବହାର ଆମର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ଏଥିସହ ଯଦି ଆପଣ ଏକମାସ ପର୍ଯ୍ୟନ୍ତ ଫୋନ୍ ବ୍ୟବହାର ନ କରୁଛନ୍ତି, ତେବେ ଆପଣ ଗୋଟିଏ ବଢ଼ିଆ ଲାଇଫଷ୍ଟାଇଲ୍ ପାଇପାରିବେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ