Sunday, October 11, 2026
25 C
Odisha

    ଇକୋ ରିଟ୍ରିଟ୍‌ କାର୍ଯ୍ୟ ତଦାରଖ କଲେ ବିଡିଓ, ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଦାରିଙ୍ଗବାଡ଼ି     :   ପର୍ଯ୍ୟଟନ ଋତୁକୁ ନଜରରେ ରଖି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟ ଚାଲିଥିବା ପର୍ଯ୍ୟଟନକ୍ଷେତ୍ରକୁ ରବିବାର ପରିଦର୍ଶନ କରିଛନ୍ତି।ସେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ କଫି ବଗିଚା ସମେତ ବିଭିନ୍ନ ପର୍ଯ୍ୟଟନରେ ଚାଲିଥିବା କାର୍ଯ୍ୟକୁ ଦେଖିବା ସହ ତାକୁ ଶୀଘ୍ର କାର୍ଯ୍ୟ ସାରିବାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

    ସେହିପରି ବିଡିଓ ରଥ ଇକୋ ରିଟ୍ରିଟ୍‌ ପରିଦର୍ଶନରେ ଯାଇ ସେଠାକାର ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହ ଇକୋ ରିଟ୍ରିଟ୍‌ କାର୍ଯ୍ୟ ଦାୟିତ୍ୱରେ ଥିବା ପ୍ରଡ଼କ୍ସନ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଶୀଘ୍ର କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦେବାସହ କାର୍ଯ୍ୟର ଆଗ୍ରଗତି ସମ୍ପର୍କରେ ସେ ଜିଲାପାଳଙ୍କୁ ରିପୋର୍ଟ କରିବେ ବୋଲି ବିଡିଓକହିଛନ୍ତି। ବିଡିଓ ଉକ୍ତ ଇକୋ ରିଟ୍ରିଟ୍‌ର ଅଧ୍ୟକ୍ଷ ରହିଥିବାରୁ ତା’ର ସମ୍ପୂର୍ଣ୍ଣ ତଦାରଖ କରୁଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ