Sunday, October 11, 2026
25 C
Odisha

    ବାତ୍ୟା ପାଇଁ ପୁରୀରେ ହାଇ ଆଲର୍ଟ

    ଆଗକୁ ପଢନ୍ତୁ

    ପୁରୀ   :   ଗଭୀର ଅବପାତରେ ପରିଣତ ହେଲା ଅବପାତ । ଆଗାମୀ ୧୨ ଘଣ୍ଟାରେ ବାତ୍ୟା । ଆଜି ସକାଳ ୫ଟା ୩୦ ମିନିଟ ବେଳର ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା। ଏହା ଗୋପାଳପୁରଠାରୁ ୯୭୦ କିମି ଏବଂ କାକିନାଡ଼ାଠାରୁ ୮୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି । ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଗଭୀର ଅବପାତରେ ପରିଣତ ହେବ । ବାତ୍ୟା ପିଟି ହେବ ଆନ୍ଧ୍ରରେ, ଓଡ଼ିଶାରେ ପ୍ରବଳ ବର୍ଷା । ୨୮ରୁ ୨୯, ଦୁଇ ଦିନ ଦକ୍ଷିଣ ଓଡ଼ିଶା ପାଇଁ ବଡ଼ ବିପଦ । ଭୀଷଣ ବର୍ଷା ନେଇ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରକୁ ରେଡ୍‌ ଆଲର୍ଟ ଜାରି ହୋଇଛି । ୮୦ କିମି ବେଗରେ ବହିବ ପବନ ।

    ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ନେଇଛି ବଡ଼ ପଦକ୍ଷେପ। ୨୯ ତାରିଖ ଯାଏ ସମୁଦ୍ରକୁ ଯିବାକୁ ମନା କରାଯାଇଛି। ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ କଡ଼ା ଆକ୍ସନ ନିଆଯିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ବାତ୍ୟାର ପ୍ରକୋପ ବଢ଼ିଲେ ସମୁଦ୍ର ବାଲିକୁ ମଧ୍ୟ ଛଡ଼ାଯିବନି ବୋଲି ସୂଚନା ମିଳିଛି।ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟରେ ରାଜ୍ୟ ସରକାର । ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ବାଲେଶ୍ବର,ସମେତ ୯ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଉପକୂଳିଆ ଲୋକଙ୍କୁ ମାଇକ ଦ୍ଵାରା ସତର୍କ କଲା ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ