Friday, November 20, 2026
20.1 C
Odisha

    ଇଡିରେ ପହଞ୍ଚିଲେ ପୂର୍ବତନ ଟିଏମସି ସାଂସଦ ନୁସରତ ଜାହାନ

    ଆଗକୁ ପଢନ୍ତୁ

    କଲକତା   : କଲକତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଲେ ପୂର୍ବତନ ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାନ। ରାସନ ଦୁର୍ନୀତି ସହ ମନି ଲଣ୍ଡରିଂ ମାମଲାରେ ଗତ ୨୦ ତାରିଖରେ ତାଙ୍କୁ ଇଡି ସମନ ଜାରି କରିଛି।

    ୨୦୨୦ ରାସନ ଚୋରା ଚାଲାଣ ମାମଲାର ତଦନ୍ତ ପାଇଁ ସଲ୍ଟ ଲେକ୍ ଇଡି କାର୍ଯ୍ୟାଳୟରେ ନୁସରତ ପହଞ୍ଚିଛନ୍ତି। ସମନ ସମୟରେ ବିଦେଶରେ ଛୁଟିରେ ଥିବାରୁ ସେ ନୂଆଦିଲ୍ଲୀସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହା ଖାରଜ ହେବ ପରେ ଆଜି ସେ କଲକତା ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

    ଅଭିଯୋଗ ଅନୁସାରେ କୋଭିଡ୍-୧୯ ଲକଡାଉନ୍ ସମୟରେ, ବାଂଲାଦେଶକୁ ଗହମ ଏବଂ ଚାଉଳ ଚୋରା ଚାଲାଣ ଅଭିଯୋଗରେ ବସିରହାଟର ସୀମାବର୍ତ୍ତୀ ଅଞ୍ଚଳରେ ଅନେକ ଟ୍ରକ ଜବତ କରାଯାଇଥିଲା। ନୁସରତ ସେତେବେଳେ ବସିରହାଟ ସାଂସଦ ଥିଲେ। ଘୋଟାଲାର ତଦନ୍ତ ସମୟରେ ଅନେକ ନାମ ସାମ୍ନାକୁ ଆସିଥିଲା। ନୁସରତଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ସମନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    20.1 ° C
    20.1 °
    20.1 °
    99 %
    1.9kmh
    100 %
    Fri
    20 °
    Sat
    24 °
    Sun
    28 °
    Mon
    29 °
    Tue
    28 °

    ସମ୍ବନ୍ଧିତ