Friday, October 2, 2026
25.2 C
Odisha

    କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢାଯିବ ବାଲି, ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ

    ଆଗକୁ ପଢନ୍ତୁ

    ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବଶୀଘ୍ର କଢାଯିବ ବାଲି । ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ସେଠାରୁ ବାଲିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ୍ ଲ୍ୟାବକୁ ପଠାଯାଇଥିଲା । ବାଲିଗୁଡିକ ପୂର୍ବପରି ସୁରକ୍ଷିତ ରହିଛି । ବାଲି କାଢିଲେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ବାଲି କାଢିବା ପାଇଁ ଏଏସଆଇ ପକ୍ଷରୁ ଚୂଡାନ୍ତ ମ୍ୟାପିଂ କରାଯାଉଛି ।

    ସେକ୍ସନ ଡ୍ରଇଂ ଅନୁଯାୟୀ, ମନ୍ଦିରର ୮୦ ଫୁଟ୍ ଉଚ୍ଚରେ ପଶ୍ଚିମ ପାର୍ଶ୍ବ କାନ୍ଥରେ ୧୬ ସେଣ୍ଟିମିଟର ଟନେଲ ଖୋଳାଯିବ । ସୁରକ୍ଷା ଦୃଷ୍ଟିରୁ ଟନେଲ ମଧ୍ୟରେ ମଣିଷ ପ୍ରବେଶ କରିବେ ନାହିଁ । ଅଟୋମେଟିକ୍ ରୋବଟିକ୍ ଟ୍ରଲି ପ୍ରବେଶ କରି ଗର୍ଭଗୃହରୁ ବାଲି ସଂଗ୍ରହ କରି ତଳକୁ ଆଣିବ । ଏନେଇ ସମସ୍ତ ବୈଷୟିକ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବାଲିକୁ ପର୍ଯ୍ୟାୟକ୍ରମେ ମନ୍ଦିର ପାଦଦେଶକୁ ଅଣାଯାଇ ପାଇପ୍ ସାହାଯ୍ୟରେ ମନ୍ଦିରର ଉତ୍ତରପଶ୍ଚିମ କୋଣରେ ସୁରକ୍ଷିତ ରଖାଯିବ। ବରିଷ୍ଠ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏସମସ୍ତ ପ୍ରକ୍ରିୟା ଚାଲିବ ବୋଲି କହିଛନ୍ତି ଏଏସଆଇ ଉପଅଧୀକ୍ଷକ ଚିତ୍ତରଞ୍ଜନ ଦାସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ