Sunday, January 18, 2026
21.2 C
Odisha

    ଇଣ୍ଡିଗୋକୁ ବଡ଼ ଝଟକା, ୨୨କୋଟି ୨୦ଲକ୍ଷର ଜରିମାନା ଲଗାଇଲା ଡିଜିସିଏ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇଣ୍ଡିଗୋକୁ ବଡ଼ ଝଟକା । ୨୨କୋଟି ୨୦ଲକ୍ଷର ଜରିମାନା ଲଗାଇଲା ଡିଜିସିଏ । ବିମାନ ଯାତ୍ରୀଙ୍କୁ ହଇରାଣ କରି ଦଣ୍ଡିତ ହେଲା ଇଣ୍ଡିଗୋ । ଡିସେମ୍ବର ମାସରେ ବିମାନ ସେବାରେ ବିଭ୍ରାଟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ । ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ଘରୋଇ ବିମାନ କଂପାନୀ ଇଣ୍ଡିଗୋରେ ଦେଖାଯାଇଥିବା ଅବଳାବସ୍ଥା ପାଇଁ ହଜାର ହଜାର ଯାତ୍ରୀ ହଇରାଣ ହେବା ନେଇ ମୋଟା ଅଙ୍କର ଜରିମାନା ଲଗାଇଛି ଡାଇକ୍ଟୋରେଟ ଜେନେରାଲ ଅଫ ସିଭିଲ ଆଭିଏସନ ।

    ଏହି ସମୟରେ ହୋଇଥିବା ଅଚଳାବସ୍ଥାର ଅନୁଧ୍ୟାନ ପାଇଁ ଚାରିଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା । ଡିସେମ୍ବର ୩ରୁ ୫ ମଧ୍ୟରେ ଇଣ୍ଡିଗୋର ୨ହଜାର ୫୦୭ ବିମାନ ରଦ୍ଦ ହୋଇଥିବା ବେଳେ ଏକହଜାର ୮୫୨ ବିମାନ ଚଳାଚଳ ବିଳମ୍ବିତ ହୋଇଥିଲା । ଏତେ ସଂଖ୍ୟାରେ ବିମାନ ଚଳାଚଳ ବ୍ୟାହତ ହେବା ପରେ ଯାତ୍ରୀଙ୍କୁ ହୋଇଥିବା ପ୍ରବଳ ଅସୁବିଧା କାରଣରୁ ଇଣ୍ଡିଗୋ ଉପରେ ୨୨କୋଟି ୨୦ଲକ୍ଷର ଜରିମନା ଲଗାଯାଇଛି । ଏଥିରେ ୬୮ଦିନ ପର୍ଯ୍ୟନ୍ତ ନିୟମର ପାଳନ ପାଇଁ ପ୍ରତିଦିନ ୩୦ଲକ୍ଷ ଟଙ୍କା ହିସାବରେ ଜରିମାନା ରହିଛି ।

    ୱାନ ଟାଇମ ସିଷ୍ଟମେଟିକ ପେନାଲଟି ହିସାବରେ ଏକଲକ୍ଷ ୮୦ ହଜାର ଟଙ୍କା ଲଗାଯାଇଛି । ଏହା ସହ ଭବିଷ୍ଯତରେ ନିୟମର ପାଳନ ସୁନିଶ୍ଚିତ କରିବାକୁ ଇଣ୍ଡିଗୋକୁ ୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିବାକୁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି । କମ୍ପାନୀ ପାଖରେ ପର୍ଯ୍ୟାପ୍ତ ପାଇଲଟ୍ ଓ କ୍ରୁ ମେମ୍ବର ନଥାଇ ମଧ୍ୟ ଅତ୍ୟଧିକ ବିମାନ ଉଡ଼ାଣ ପାଇଁ ବୁକିଂ କରାଯାଇଥିବା DGCA ର ତଦନ୍ତରୁ ଜଣାପଡିଛି । ପାଇଲଟ କାର୍ଯ୍ୟ ସମୟ ସୀମା ନିୟମକୁ ପାଳନ କରିବାକୁ ତାଗିଦ୍ କରାଯାଇଛି ।

    ସେହିପରି ବିଭ୍ରାଟ ପାଇଁ ଦାୟୀ ଥିବା କିଛି ବରିଷ୍ଠ ଅଧିକାରୀଙ୍କୁ ଚେତାବନୀ ଦିଆଯିବା ସହ ସ୍ପଷ୍ଟୀକରଣ ମଗାଯାଇଛି । ଏପଟେ ଜୋରିମାନା ପରେ ଇଣ୍ଡିଗୋ ପକ୍ଷରୁ ବିବୃତ୍ତି ଜାରି ହୋଇଛି । କମ୍ପାନୀ ନିଜର ଭୁଲ୍ ସ୍ୱୀକାର କରିବା ସହ ପ୍ରଭାବିତ ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ ୧୦ ହଜାର ଟଙ୍କାର’ଭାଉଚର’ ପ୍ରଦାନ କରୁଥିବା ସୂଚନା ଦେଇଛି । ଏହି ଭାଉଚରକୁ ଯାତ୍ରୀମାନେ ଆସନ୍ତା ଏକ ବର୍ଷ ମଧ୍ୟରେ ଯାତ୍ରା ପାଇଁ ବ୍ୟବହାର କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    21 %
    0.5kmh
    4 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ