Sunday, December 7, 2025
17.4 C
Odisha

    ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା DGCA, ୨୪ ଘଣ୍ଟାରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇଣ୍ଡିଗୋ ସିଇଓଙ୍କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ ।  ଡ୍ୟୁଟିରେ ଖିଲାପ ଥିବା ସୋକଜ୍ ନୋଟିସରେ ଦର୍ଶାଯାଇଛି । କାରଣ ଦର୍ଶାଅ ନୋଟିସ୍ ରେ କୁହାଯାଇଛି, ଯେ ସିଇଓ ପିଟର ଏଲବର୍ସ ବିମାନ ସେବାକୁ ସୁଚାରୁରୂପେ ପରିଚାଳନା କରିବା ଓ ଯାତ୍ରୀଙ୍କ ପାଇଁ ଉପଯୁକ୍ତ ସୁବିଧା ନିଶ୍ଚିତ କରିବାରେ “ନିଜ କର୍ତ୍ତବ୍ୟରେ ବିଫଳ”ହୋଇଛନ୍ତି । ଏହା ଉଚ୍ଚସ୍ତରୀୟ ପରିଚାଳନାରେ ଥିବା ଅବହେଳାକୁ ଦର୍ଶାଉଛି ।  କିଛି ଦିନ ଧରି ଲଗାତାର ବିମାନ ବାତିଲ , ଯାତ୍ରୀଙ୍କ ଅଭିଯୋଗ ଓ ସରକାରଙ୍କ ଟଙ୍କା ଫେରସ୍ତ ନିର୍ଦ୍ଦେଶ ପରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଇଣ୍ଡିଗୋ ସିଇଓ ଏଲବର୍ସଙ୍କୁ ସୋକଜ ନୋଟିସର ଜବାବ ଦେବାକୁ ପଡିବ। ୨୪ ଘଣ୍ଟା ମଧ୍ୟରେ ଜବାବ ଦେବାକୁ କୁହାଯାଇଛି । ​ଯଦି ଉତ୍ତର ସନ୍ତୋଷଜନକ ନହୁଏ, ତେବେ ଜରିମାନା କିମ୍ବା ଅନ୍ୟା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । DGCA ର ଏକ ଚାରି ଜଣିଆ କମିଟି ସଙ୍କଟର ସ୍ୱତନ୍ତ୍ର ତଦନ୍ତ କରୁଛି । ଏଥିସହ ଆଜି ଇଣ୍ଡିଗୋ ୧୫୦୦ ରୁ ଅଧିକ ବିମାନ ଚଳାଚଳ କରିବ । ଏହାରି ମଧ୍ୟରେ ଇଣ୍ଡିଗୋ ସ୍ପଷ୍ଟ କରି କହିଛି ଯେ, ଏହାର ୧୩୮ ଟି ସ୍ଥାନରୁ ୧୩୫ ଟି ସ୍ଥାନକୁ ଉଡ଼ାଣ ପୁଣି ଆରମ୍ଭ କରିଛି ।

    ଇଣ୍ଡିଗୋ ପକ୍ଷରୁ  FDTL  କାର୍ଯ୍ୟକାରୀ କରିବାରେ ତ୍ରୁଟିପୂର୍ଣ୍ଣ ଯୋଜନା ଯୋଗୁଁ ବ୍ୟାପକ ବିମାନ ବାତିଲ ଓ  ବିଭ୍ରାଟ ଦେଖାଦେଇଛି ।  କର୍ମଚାରୀଙ୍କ ଅଭାବ ଦେଖାଦେଇଛି ।  ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହି ହନ୍ତସନ୍ତ ହେଉଛନ୍ତି । ଆଜି ୬ ଦିନରେ ପହଞ୍ଚିଛି ଇଣ୍ଡିଗୋ ସଂକଟ । ପ୍ରତିଦିନ ଶହଶହ ବିମାନ ବାତିଲ ହେଉଛି । ଅନ୍ୟପଟେ ଆଜି ରାତି ୮ଟା ସୁଦ୍ଧା ଯାତ୍ରୀଙ୍କ ଟଙ୍କା ଫେରସ୍ତ ପାଇଁ ଗତକାଲି ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    17.4 ° C
    17.4 °
    17.4 °
    46 %
    1kmh
    17 %
    Sun
    17 °
    Mon
    26 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ