Wednesday, October 7, 2026
27.2 C
Odisha

    ଇଣ୍ଡୋନେସିଆରେ ‘ବିଜୁ ହଲ୍‌’ ଉଦଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :   ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ସେ ଆଜି ଜାକର୍ତ୍ତାରେ ଭାରତୀୟ ଦୂତାବାସରେ ନବ ସ୍ଥାପିତ ‘ବିଜୁ ହଲ୍‌ ଉଦଘାଟନ କରିଛନ୍ତି। ଏହି  ହଲ୍‌ ର ନାମ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କ ନାଁରେ ରଖାଯାଇଛି। ସେ ଇଣ୍ଡୋନେସିଆର ସ୍ୱାଧିନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

    ଏହି ଉଦଘାଟନୀ ସମାରୋହରେ ବିଜୁ ପଟ୍ଟନାୟକଙ୍କ ପ୍ରତି ଉତ୍ସର୍ଗୀକୃତ ଏକ ସ୍ମାରକୀ ଉନ୍ମୋଚନ କରାଯାଇଛି। ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ନିଜେ ଯୋଗଦାନ ପାଇଁ ଇଣ୍ଡୋନେସିଆରେ ସମ୍ମାନୀତ ବିଜୁ ପଟ୍ଟନାୟକଙ୍କୁ ପ୍ରଥମେ ଦେଶରେ ସର୍ବୋଚ୍ଚ ନାଗରିକ ସମ୍ମାନ, ବଂଟାଂଗ ଜସା ଉତାମାରେ ସମ୍ମାନୀତ କରାଯାଇଥିଲା। ଏଥିସହ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମି ପୂତ୍ରର ଆଖ୍ୟା ପ୍ରଦାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ