Monday, September 28, 2026
27.5 C
Odisha

    ଇଣ୍ଡୋନେସିଆ ମାଟିରେ ବିଜୁ ବାବୁଙ୍କ ବୀରତ୍ୱକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାହସିକତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ଇଣ୍ଡୋନେସିଆ ମାଟିରେ ବିଜୁ ବାବୁଙ୍କ ବୀରତ୍ୱକୁ ମନେ ପକାଇଲେମୋଦି। ବିଜୁବାବୁ ଦୁଇ ଦେଶକୁ ସବୁଦିନ ପାଇଁ ଯୋଡ଼ି ଦେଇଥିବା ମୋଦି କହିଛନ୍ତି । ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ ବେଳେ ପ୍ରବାସୀଙ୍କ ସାମ୍ନାରେ ଓଡ଼ିଶାର ପ୍ରବାଦ ପୁରୁଷଙ୍କ କାହାଣୀ! କହିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ଇଣ୍ଡୋନେସିଆ ଗସ୍ତ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

    ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମ ବେଳେ ବିଜୁ ବାବୁଙ୍କ ଐତିହାସିକ ଓ ସାହସିକ ବିମାନ ଉଡ଼ାଣ କେମିତି ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ନୂଆ ରୂପ ଦେଇଥିଲା ତାହା ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି। ମୋଦୀ କହିଛନ୍ତି ଭାରତ ଓ ଇଣ୍ଡୋନେସିଆ ପ୍ରାୟ ସମାନ ସମୟରେ ସ୍ୱାଧୀନତା ପାଇଥିଲେ। ଇଣ୍ଡୋନେସିଆର ସ୍ୱାଧୀନତାକୁ ଭାରତ ଜାତିସଂଘରେ ଜୋରଦାର ସମର୍ଥନ କରିଥିଲା।

    ସେହି ସଂଘର୍ଷପୂର୍ଣ୍ଣ ସମୟରେ ସମ୍ମାନନୀୟ ବିଜୁ ପଟ୍ଟନାୟକ ଯେଉଁ ସାହସିକ ଭୂମିକା ଗ୍ରହଣ କରିଥିଲେ। ନିଜ ଜୀବନକୁ ବାଜି ଲଗାଇ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁତାନ ସାହାରିର ଓ ଉପରାଷ୍ଟ୍ରପତି ମହମ୍ମଦ ହାଟ୍ଟାଙ୍କୁ ସୁରକ୍ଷିତ ଭାବେ ଭାରତ ନେଇ ଆସିଥିଲେ। ତାହା ଦୁଇ ଦେଶକୁ ସବୁଦିନ ପାଇଁ ପରସ୍ପରର ଅତି ନିକଟତର କରିଦେଇଛି। ଜୁଲାଇ ୧୯୪୭ରେ ଯେତେବେଳେ ଇଣ୍ଡୋନେସିଆକୁ ପୁଣିଥରେ ନିଜ ଅଧୀନକୁ ନେବା ପାଇଁ ଡଚ୍ ସେନା ‘ଅପରେସନ୍ ପ୍ରୋଡକ୍ଟ’ ଆରମ୍ଭ କରିଥିଲା ।

    ସେତେବେଳେ ଇଣ୍ଡୋନେସିଆର ପ୍ରମୁଖ ନେତାଙ୍କୁ ନଜରବନ୍ଦୀ କରାଯାଇଥିଲା। ତତ୍କାଳୀନ ପିଏମ ଜବାହରଲାଲ ନେହେରୁଙ୍କ ଅନୁରୋଧରେ ଜଣେ ଦକ୍ଷ ପାଇଲଟ୍ ଭାବେ ବିଜୁ ପଟ୍ଟନାୟକ ନିଜ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସହ ‘ଡଗଲାସ ଡାକୋଟା’ ବିମାନ ଧରି ସମସ୍ତ ବିପଦକୁ ସାମ୍ନା କରି ଜାଭାରେ ଲ୍ୟାଣ୍ଡିଂ କରିଥିଲେ। ଡଚ୍ ସେନାର ଆଖିରେ ଧୂଳି ଦେଇ ସେଠାକାର ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କୁ ସିଙ୍ଗାପୁର ଦେଇ ଦିଲ୍ଲୀ ଉଦ୍ଧାର କରି ଆଣିଥିଲେ। ପରେ ଇଣ୍ଡୋନେସିଆର ସ୍ୱର ବିଶ୍ୱ ଦରବାରରେ ପହଞ୍ଚି ପାରିଥିଲା।

    ବିଜୁ ବାବୁଙ୍କ ବୀରତ୍ୱ ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭୂମି ପୁତ୍ର’ ରେ ସମ୍ମାନିତ କରିଥିଲେ। ଯାହା କୌଣସି ବିଦେଶୀଙ୍କ ପାଇଁ ଅତ୍ୟନ୍ତ ବିରଳ। ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ବେଳେ ଇଣ୍ଡୋନେସିଆରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଥିଲା। ଏପରିକି ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ କନ୍ୟା । ଯିଏ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ହୋଇଥିଲେ ତାଙ୍କର ନାମ ‘ମେଘାବତୀ’ ମଧ୍ୟ ବିଜୁ ବାବୁ ନିଜେ ରଖିଥିଲେ।

    ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ଓ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ “ସୁବର୍ଣ୍ଣ ଯୁଗ”ର ଆରମ୍ଭ ବୋଲି କୁହାଯାଉଛି। ଏହି କୂଟନୈତିକ ସଫଳତା ପଛରେ ଓଡ଼ିଶାର ମାଟିର ପୁଅ ବିଜୁ ବାବୁଙ୍କ ଯେଉଁ ମୂଳଦୁଆ ରହିଛି, ତାହା ଆଜି ପୁଣି ଥରେ ବିଶ୍ୱ ସାମ୍ନାକୁ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ