Tuesday, July 28, 2026
25.4 C
Odisha

    ଇସ୍ତଫା ପରେ ଜଗମୋହନ ମୀନାଙ୍କୁ ଝୁରୁଛନ୍ତି ଗଞ୍ଜାମବାସୀ

    ଆଗକୁ ପଢନ୍ତୁ

    ଗଞ୍ଜାମ : ଇସ୍ତଫା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ଇସ୍ତଫା ପରେ ଜଗମୋହନ ମୀନାଙ୍କୁ ଝୁରୁଛନ୍ତି ଗଞ୍ଜାମବାସୀ । ୨୦୧୩ ବ୍ୟାଚର ଆଇପିଏସ ଅଫିସର ଜଗମୋହନ ମୀନା ନିଜ କାର୍ଯ୍ୟରୁ ଇସ୍ତଫା ଦେବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଗଞ୍ଜାମରେ ଏସପି ଭାବେ ୨୦୨୩ ମସିହା ଜାନୁଆରୀ ମାସ ୮ରୁ ୨୦୨୪ ମସିହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ l ତାଙ୍କ କାର୍ଯ୍ୟ ଦକ୍ଷତା, ଉତ୍ତମ ବ୍ୟବହାର, ଅପରାଧ ନିୟନ୍ତ୍ରଣର ଦକ୍ଷତାକୁ ଗଞ୍ଜାମ ପୋଲିସ ଜିଲ୍ଲାର ସମସ୍ତ ବର୍ଗର ଲୋକେ ମନେ ପକାଉଛନ୍ତି l ଚାକିରିରୁ ଇସ୍ତଫାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗଞ୍ଜାମବାସୀ ।

    ଗଞ୍ଜାମ ପୋଲିସ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟରେ ଯୋଗ ଦେବା ପର ଠାରୁ ପୋଲିସ ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ବଢ଼ି ଯାଇଥିଲା । ଲୋକଙ୍କ ସହ ସୁସମ୍ପର୍କ ରଖିବା ସହ ଅପରାଧ ନିୟନ୍ତ୍ରଣ ଦିଗରେ ତାଙ୍କ କାର୍ଯ୍ୟ ଦକ୍ଷତା ଗଞ୍ଜାମ ପୋଲିସ ଜିଲ୍ଲା ପାଇଁ ଏକ ସୁନାମ ଆଣି ଦେଇଥିଲା । ଚୋରି, ଡକାୟତି ଭଳି ବିଭିନ୍ନ ଅପରାଧ ଘଟିଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାରେ ସେ ସଫଳ ହୋଇପାରୁଥିଲେ । ଅଭିଯୋଗ ପାଇଁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ କଥା ହୋଇ ସେମାନଙ୍କ ଅଭିଯୋଗକୁ ଶୁଣିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାର ଆଗ୍ରହ ଦେଖି ଲୋକେ ପୋଲିସ ଉପରେ ବିଶ୍ୱାସ କରିପାରୁଥିଲେ । ଆମ ପୋଲିସ ସମିତି ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟ କରି ସେ ଗଞ୍ଜାମ ପୋଲିସ ଜିଲ୍ଲା ପାଇଁ ଗର୍ବ ଆଣିଥିଲେ । ନିଜର ଶାନ୍ତ, ସ୍ଵଭାଵ ବ୍ୟବହାର ଲାଗି ସେ ଜନ ସାଧାରଣଙ୍କ ଅତି ପ୍ରିୟ ଭାଜନ ହୋଇପାରିଥଲେ । ସେ ଗଞ୍ଜାମ ଜିଲ୍ଲାରୁ କଟକ ଡିସିପି ଭାବେ ବଦଳି ହୋଇ ଯିବା ବେଳେ ବହୁ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବହୁ ନେତା, ଜନତା ମାନେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    25.4 ° C
    25.4 °
    25.4 °
    84 %
    5kmh
    100 %
    Tue
    25 °
    Wed
    25 °
    Thu
    28 °
    Fri
    30 °
    Sat
    30 °

    ସମ୍ବନ୍ଧିତ