Friday, June 19, 2026
34.3 C
Odisha

    ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୬୦୦ ଚୌକା ମାରି ସୃଷ୍ଟି କଲେ ରେକର୍ଡ଼

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ମହିଳା ଟି-ଟ୍ବେଣ୍ଟି କ୍ରିକେଟରେ ରେକର୍ଡ କରିଛନ୍ତି ସ୍ମୃତି ମନ୍ଧାନା । ସର୍ବାଧିକ ଚୌକା ମାରି ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ପାକିସ୍ତାନର ବାବର ଆଜମକୁ ପଛରେ ପକାଇଛନ୍ତି । ୬୦୦ ଚୌକା ମାରିବାରେ ବିଶ୍ୱ ରେକର୍ଡ କରିଛନ୍ତି ସ୍ମୃତି । ଚଳିତ ଟି-ଟ୍ବେଣ୍ଟି ବିଶ୍ୱକପରେ ନେଦରଲାଣ୍ଡସ ବିପକ୍ଷ ମ୍ଯାଚରେ ସେ ଏହି ସଫଳତା ହାସଲ କରିଛନ୍ତି । ଏହି ମ୍ଯାଚରେ ଭାରତ ସପକ୍ଷରେ ଖେଳି ୯୫ ରନରେ ନେଦରଲାଣ୍ଡସକୁ ହରାଇ ରେକର୍ଡ କରିଛନ୍ତି ସ୍ମୃତି । ୪୭ ବଲରେ ୭୪ ରନ କରିଥିଲେ ପ୍ଲେୟାର ଅଫ୍ ଦି ମ୍ଯାଚ୍ ବିବେଚିତ ହୋଇଥିଲେ୍ ।

    ଟି-ଟ୍ବେଣ୍ଟିରେ ୬୦୦ ଚୌକା ମାରିଥିବା ସେ ପ୍ରଥମ ବ୍ଯାଟର ହୋଇଛନ୍ତି । ଏହା ସହିତ ବିଶ୍ୱକପରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଛନ୍ତି  । ମିଥାଲି ରାଜ ଏବଂ ହରମନପ୍ରୀତଙ୍କୁ ପଛରେ ପକାଇଛନ୍ତି ।ନେଦରଲାଣ୍ଡସ ବିପକ୍ଷରେ ଅର୍ଦ୍ଧଶତକୀୟ ପାଳିରେ ସେ ୧୧ ଚୌକା ଓ ଗୋଟିଏ ଛକା ମାରିଥିଲେ । ଫଳରେ ଟି-ଟ୍ବେଣ୍ଟିରେ ୧୬୮ଟି ମ୍ଯାଚରୁ ମନ୍ଧାନାଙ୍କ ଚୌକା ସଂଖ୍ଯା ୬୦୪ରେ ପହଞ୍ଚିଛି । ନୁ୍ଯଜିଲାଣ୍ଡର ଭେଟେରାଲ ସୁଜି ବେଟ୍ସ ୫୨୧ ଚୌକା ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବଡ଼ କଥା ହେଉଛି ପୁରୁଷ କ୍ରିକେଟରେ କୌଣସି ପ୍ଲେୟାର ମଧ୍ୟ ଟି-ଟ୍ବେଣ୍ଟି ଫର୍ମାଟରେ ଆଜି ପର୍ଯ୍ଯନ୍ତ ୫୦୦ ଚୌକା ମାରି ନାହାନ୍ତି । ୪୭୭ ଚୌକା ସହ ପାକିସ୍ତାନର ବାବର ଆଜମ ଶୀର୍ଷରେ ରହିଛନ୍ତି । ଆୟର୍ଲାଣ୍ଡର ପଲ ଷ୍ଟର୍ଲିଂ (୪୪୯), ଭାରତର ରୋହିତ ଶର୍ମା (୩୮୩) ଏହି ତାଲିକାରେ ପଛକୁ ପଛ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    34.3 ° C
    34.3 °
    34.3 °
    43 %
    2.2kmh
    82 %
    Fri
    29 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ