Wednesday, July 22, 2026
23.3 C
Odisha

    ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ବିବାଦ, ମହାପ୍ରଭୁଙ୍କୁ ଅପମାନ ଅଭିଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୁଣି ମହାପ୍ରଭୁଙ୍କ ପ୍ରତି ଅପମାନ । ମହାପ୍ରଭୁ ଶ୍ରୀଜଗନ୍ନାଥ ବର୍ତ୍ତମାନ ଅଣସରରେ ଥିବାବେଳେ ଦଇତlପତି ଓ ପତି ମହାପାତ୍ରଙ୍କ ସେବାୟତଙ୍କ ଦ୍ୱାରା ଗୁପ୍ତ ଚିକିତ୍ସା ଚାଲିଛି । କିନ୍ତୁ କିଛି ଖଳ ପ୍ରକୃତିର ଲୋକ ଶସ୍ତା ଲୋକପ୍ରିୟତା ପାଇଁ ମହାପ୍ରଭୁଙ୍କ ସହ ଖେଳ ଖେଳୁଛନ୍ତି । ଶୁଭମ୍ ଜ୍ୟୋତି ମାହାତୋ ନାମକ ବ୍ୟକ୍ତି ଇନଷ୍ଟାଗ୍ରାମରେ କରିଥିବା ପୋଷ୍ଟରେ ଅଣସର ସମୟ ୩୦ ଜୁନ୍ ରୁ ୧୩ ଜୁଲାଇ ପର୍ଯ୍ୟନ୍ତ ଚାଲିଥିବାବେଳେ ଏକ ଫଟୋଚିତ୍ର ମାଧ୍ୟମରେ ଜଣେ ଡାକ୍ତର ହୋଇ ମହାପ୍ରଭୁଙ୍କ ପାଟି ଓ ଶରୀରରେ ଥର୍ମୋମିଟର ମାଧ୍ୟମରେ ଉତ୍ତାପ ମାପୁଛନ୍ତି । ଏହା ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ । ଏହାକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀ ମାନେ ନାପସନ୍ଦ କରିବା ସହ ଏଭଳି ହୀନ ମାନସିକତା ରଖୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ ହୋଇଛି ।

    ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବ୍ୟକ୍ତି ଓ ଭକ୍ତମାନଙ୍କ କହିବା ଅନୁସାରେ, ଏଭଳି ଚିତ୍ର ପୋଷ୍ଟ କରିବା ଦ୍ୱାରା ମହାପ୍ରଭୁ ଓ ଓଡ଼ିଆ ସଂସ୍କୃତିର ଭାବନାକୁ ଆଘାତ ପହଞ୍ଚିଛି । ସେମାନେ ଏହାକୁ ଅପମାନଜନକ ବୋଲି କହିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.3 ° C
    23.3 °
    23.3 °
    98 %
    2.2kmh
    100 %
    Tue
    23 °
    Wed
    25 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ