Tuesday, March 10, 2026
21.3 C
Odisha

    ଇନ୍ଦ୍ରଧନୁ ରହସ୍ୟ…

    ଆଗକୁ ପଢନ୍ତୁ

    ବାହାରେ ବୁଲିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ବୁଲିବା ନିମନ୍ତେ ଭଲ ଖରାପ ଲାଗିବା ପାଇଁ ସମୟ ଉପରେ ନିର୍ଭର କରିଥାଏ। ଯଦି ବର୍ଷା ଅଳ୍ପ ଅଳ୍ପ ହେଉଥିବା ସମୟରେ ସୂର୍ଯ୍ୟର କିରଣ ପଡ଼ିଥିବ, ତାହେଲେ ଆମକୁ ଆହୁରି ଭଲ ଲାଗେ। କାରଣ ଆମେ ଯଦି ଉପରକୁ ଅନାଇବା, ତେବେ ଆକାଶରେ ବିଭିନ୍ନ ରଙ୍ଗରେ ରଞ୍ଜିତ ହୋଇଥିବା ଅର୍ଦ୍ଧଗୋଲାକାର ପରିପାଟୀ ଦେଖାଯାଏ। ଆମେ ତାକୁ ଦେଖି ବହୁତ ଖୁସି ହେଉ। ଏହାକୁ ଆମେ ଇନ୍ଦ୍ରଧନୁ ବୋଲି କହିଥାଉ। କିନ୍ତୁ ଆମେ ଜାଣି ନ ଥାଉ, ଏଇଟା କିପରି ତିଆରି ହେଲା।
    ଆମେ ଏକ ପ୍ରିଜମ୍‌ ସାହାଯ୍ୟରେ ଏଭଳି ରଙ୍ଗ ସୃଷ୍ଟି କରିପାରିବା। ଏକ ଟର୍ଚ୍ଚର ଆଲୋକକୁ ପ୍ରିଜମ୍‌ ଭିତରେ ପ୍ରବେଶ କରାଇଲେ ସେହି ଆଲୋକ ପ୍ରତିସରଣ ହୋଇ ପରଦାରେ ଆମକୁ ବିଭିନ୍ନ ରଙ୍ଗ ଦେଖାଯାଏ। କିନ୍ତୁ ଏହା କାହିଁକି ହୋଇଥାଏ? ପ୍ରିଜମ୍‌ରେ ଯେତେବେଳେ ଆଲୋକର ପ୍ରତିସରଣ ହୋଇଥାଏ, ସେଇ ସମୟରେ ଅଲଗା ଅଲଗା ରଙ୍ଗର ଆଲୋକର ଅଲଗା ଅଲଗା ତରଙ୍ଗ ଦୈର୍ଘ୍ୟ ଥିବାରୁ ସେହି ରଶ୍ମିର ପ୍ରତିସରଣ ବା ବଙ୍କେଇବା ଅଲଗା ପ୍ରକାର ହୋଇଥାଏ। ଯଦି ଆମେ ତରଙ୍ଗ ଦୈର୍ଘ୍ୟ ବିଷୟରେ କହିବା, ତେବେ ଲାଲ ରଙ୍ଗର ଇଲେକ୍‌ଟ୍ରୋମ୍ୟାଗ୍‌ନେଟିକ୍‌ ତରଙ୍ଗର ତରଙ୍ଗ ଦୈର୍ଘ୍ୟ ବହୁତ ଅଧିକ ହୋଇଥାଏ, ଯେଉଁଠି ୬୨୦ ରୁ ୭୫୦ ନାନୋମିଟର ହୋଇଥାଏ। ନାରଙ୍ଗୀ ରଙ୍ଗର ତରଙ୍ଗ ଦୈର୍ଘ୍ୟ ୫୯୦ ଓ ୬୨୦ ନାନୋମିଟର, ହଳଦିଆ ୫୭୦ ଓ ୫୯୦ ନାନୋମିଟର, ସବୁଜ ରଙ୍ଗର ଦୈର୍ଘ୍ୟ ୪୯୫-୫୭୦ ନାନୋମିଟର, ନୀଳ ରଙ୍ଗର ତରଙ୍ଗର ଦୈର୍ଘ୍ୟ ୪୫୦ରୁ ୪୯୫ ନାନୋମିଟର, ଘନନୀଳ ଆଲୋକ ତରଙ୍ଗର ୪୨୦ ରୁ ୪୪୦ ନାନୋମିଟର ଏବଂ ବାଇଗଣୀ ଆଲୋକର ତରଙ୍ଗ ଦୈର୍ଘ୍ୟ ୩୮୦ ରୁ ୪୫୦ ନାନୋମିଟର ହୋଇଥାଏ। ଏହି ସାତଟି ରଙ୍ଗକୁ ବିଜ୍ଞାନ ଭାଷାରେ ସଂକ୍ଷେପରେ ‘ବା-ଘ-ନୀ-ସ-ହ-ନା-ଲା’ ବୋଲି କହିଥାଉ। କିନ୍ତୁ ଏଠାରେ କଳା ଓ ଧଳାରଙ୍ଗକୁ ରଙ୍ଗ ତାଲିକାରେ ଗଣତି କରାଯାଇ ନାହିଁ। କାରଣ, କଳା ଓ ଧଳାରଙ୍ଗର କୌଣସି ନିର୍ଦ୍ଦିଷ୍ଟ ତରଙ୍ଗ ଦୈର୍ଘ୍ୟ ନାହିଁ। ଆମେ ସପ୍ତରଙ୍ଗକୁ ମିଶ୍ରଣ କଲେ ଧଳା ରଙ୍ଗ ଉପତ୍ନ୍ନ ହୁଏ। କଳା ରଙ୍ଗ ନାହିଁ। ଯେଉଁ ରଙ୍ଗର ତରଙ୍ଗର ଦୈର୍ଘ୍ୟ ଯେତେ ବେଶି ହୁଏ, ତା’ର ପ୍ରତିସରଣ ପରେ ସେତେ ବଙ୍କେଇବା କମ୍‌ ହୋଇଥାଏ। ବାଇଗଣୀ, ନାଲିରଙ୍ଗର ବଙ୍କେଇବା ବେଶି ହୋଇଥାଏ। ଯେତେବେଳେ ଏହିସବୁ ରଙ୍ଗଗୁଡ଼ିକ ପ୍ରିଜମ୍‌ରୁ ବାହାରନ୍ତି, ସବୁ ରଙ୍ଗ ଅଲଗା ଅଲଗା ହୋଇଯାଆନ୍ତି। ଏହି ଘଟଣାକୁ ଆମେ ‘ଆଲୋକର ପ୍ରକୀର୍ଣ୍ଣନ’ ବୋଲି କହୁ।
    ଇନ୍ଦ୍ରଧନୁରେ ମଧ୍ୟ ‘ବା-ଘ-ନୀ-ସ-ହ-ନା-ଲା’ ସାତଟି ରଙ୍ଗ ଆସେ। ବର୍ଷା ସମୟରେ ବାୟୁମଣ୍ଡଳରେ ବହୁତ ଛୋଟ ଛୋଟ ପାଣିର ବୁନ୍ଦା ରହିଥାଆନ୍ତି। ଏହି ପାଣି ବୁନ୍ଦାରେ ଆଲୋକର ପ୍ରତିସରଣ ହୁଏ। ଆଲୋକ ଆପତିତ ହୋଇ ପାଣି ବୁନ୍ଦା ଭିତରକୁ ପ୍ରବେଶ କଲା ବେଳେ ପ୍ରତିସରଣ ଘଟିଥାଏ। ତେଣୁ ଧଳା ରଙ୍ଗର ଆଲୋକ ଆସି ପାଣି ବୁନ୍ଦା ଭିତରେ ପ୍ରବେଶ କରିବା ପରେ ଅଲଗା ଅଲଗା ରଙ୍ଗର ବିଭାଜନ ହୋଇଥାଏ। ବିଭିନ୍ନ ରଙ୍ଗର ଆଲୋକର ସମୁଦାୟ ଭିତିରି ପ୍ରତିଫଳନ (ଟି.ଆଇ.ଆର୍‌.) ହୋଇଥାଏ। ଆଲୋକ ଘନ ମାଧ୍ୟମରୁ ଲଘୁ ମାଧ୍ୟମକୁ ଗଲେ ବେଳେବେଳେ ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରତିଫଳନ (ଟି.ଆଇ.ଆର୍‌.) ହୋଇଥାଏ, ଯାହାକୁ ସମୁଦାୟ ଭିତିରି ପ୍ରତିଫଳନ ମଧ୍ୟ କହନ୍ତି। ସମୁଦାୟ ଭିତିରି ପ୍ରତିଫଳନ ପରେ ସେହି ରଙ୍ଗଗୁଡ଼ିକ ଜଳବିନ୍ଦୁରୁ ବାହାରକୁ ବାହାରିବା ସମୟରେ ଆଉ ଥରେ ପ୍ରତିସରଣ ହୁଏ। ସବୁ ରଙ୍ଗ ଏହି ପ୍ରକ୍ରିୟାକୁ ପାଳନ କରନ୍ତିି ଏବଂ ଲାଲ ଓ ବାଇଗଣି ଆଲୋକ ମଧ୍ୟରେ ରହିଥାଆନ୍ତି। ତେଣୁ ଇନ୍ଦ୍ରଧନୁ ରଙ୍ଗ ବିରଙ୍ଗ ଦେଖାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.3 ° C
    21.3 °
    21.3 °
    90 %
    1.6kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ