Saturday, July 27, 2024
24.6 C
Odisha

    ବ୍ୟାଡମିଣ୍ଟନରୁ ସନ୍ନ୍ୟାସ ନେଲେ ସାଇ ପ୍ରଣୀତ

    ଆଗକୁ ପଢନ୍ତୁ

    ବ୍ୟାଡମିଣ୍ଟନରୁ ସନ୍ନ୍ୟାସ ନେଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ବି ସାଇ ପ୍ରଣୀତ । ୩୧ ବର୍ଷୀୟ ଏହି ଖେଳାଳି ସୋମବାର ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ସାଇ ପ୍ରଣୀତ ହେଉଛନ୍ତି ସେହି ଖେଳାଳି, ଯିଏକି ୨୦୧୯ ମସିହାରେ ବିଶ୍ୱ ଚାମ୍ପିୟନସିପରେ ଇତିହାସ ରଚିବା ସହିତ ବ୍ରୋଞ୍ଜ ମେଡାଲ ଜିତିଥିଲେ । ସେତେବେଳେ ସେ ୩୬ ବର୍ଷ ପରେ ଏହି ଉପଲବ୍ଧି ହାସଲ କରିବା ସହିତ ପ୍ରକାଶ ପାଦୁକୋଣଙ୍କ ପରେ ଏହି ସଫଳତା ହାସଲ କରିଥିଲେ । ୨୦୧୯ ମସିହା ସାଇ ପ୍ରଣୀତଙ୍କ ପାଇଁ ବେଶ ଖାସ୍ ରହିଥିଲା । ବିଶ୍ୱ ଚାମ୍ପିୟନସିପରେ ବ୍ରୋଞ୍ଜ ମେଡାଲ ଜତିବା ସହିତ ସେ ଅର୍ଜୁନ୍ ଆୱାର୍ଡରେ ମଧ୍ୟ ସମ୍ମାନିତ ହେଇଥିଲେ । ଡାହାଣହାତୀ ଏହି ଭାରତୀୟ ଶଟଲର ୨୦୧୩ ଥାଇଲାଣ୍ଡ ଓପନ୍ ଗ୍ରାଣ୍ଟ ପ୍ରି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ସେ ୨୦୦୩ ଅଲ୍ ଇଂଲଣ୍ଡ ଚାମ୍ପିୟନ ମହମ୍ମଦ ହାଫିଜ ହାଶିମଙ୍କୁ ହରାଇ ଦେଇଥିଲେ । ଯାହା ପରେ ତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଇଥିଲା ।

    ସାଇ ପ୍ରଣୀତ ୨୦୦୮ରେ ମଧ୍ୟ କମନୱେଲଥ୍ ଗେମ୍ସରେ ପୁରୁଷ ଡବଲ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହାପରେ ୨୦୧୦ ବିଶ୍ୱ ଜୁନିୟର ଚାମ୍ପିୟନସିପ ସିଙ୍ଗଲ୍ସରେ ମଧ୍ୟ ସେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହାପରେ ୨୦୧୬ରେ ସେ ଲଗାତାର ଦୁଇଟି ମେଡାଲ ଜିତିଥିଲେ । ସାଇ ପ୍ରଣୀତ ନିଜ କ୍ୟାରିୟରରେ ଏକମାତ୍ର ଗୋଲ୍ଡ ମେଡାଲ ଜିତିଥିଲେ । ଭାରତରେ ହେଇଥିବା ସାଉଥ୍ ଏସିଆନ୍ ଗେମ୍ସର ଟିମ୍ ଇଭେଣ୍ଟରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ