Tuesday, December 23, 2025
25.6 C
Odisha

    ଇମ୍ଫା ସିକ୍ୟୁରିଟି ଗାର୍ଡ ନିଖୋଜ ଘାଟଣା, ଗାଡ଼ି ନମ୍ବର OD 07 AW-9392ରେ ଯାଇଥିଲେ ଜିତେନ୍ଦ୍ରୀୟ ସାହୁ

    ଆଗକୁ ପଢନ୍ତୁ

    କଟକ : ଇମ୍ଫା ସିକ୍ୟୁରିଟି ଗାର୍ଡ ନିଖୋଜ ଘାଟଣାରେ ନୂଆ ମୋଡ଼। ୧୩ ତାରିଖରେ ଭାଇଜାଗ ଯାଇଥିବା ୩ ଖଣ୍ଡ ଗାଡ଼ିର ଏସକଟରେ ଯାଇଥିଲେ ସିକ୍ୟୁରିଟି ଗାର୍ଡ । ମା ମଙ୍ଗଳା ଟ୍ରାନ୍ସପୋର୍ଟର ଗାଡ଼ି ନମ୍ବର od 07 AW -9392 ରେ ଯାଇଥିଲେ । କିନ୍ତୁ ସେ ଗାଡ଼ି ଓ ଗାଡି ଚାଳକ ମଧ୍ୟ ଆଜି ପର୍ଯ୍ୟନ୍ତ ଚୌଦ୍ୱାରରେ ପହଞ୍ଚି ନାହାନ୍ତି । ଗାଡି ସହ ଚାଳକ ବି ଫେରାର ଅଛନ୍ତି । ଗାଡି ଓ ଡ୍ରାଇଭର ଫେରାରକୁ ନେଇ ହତ୍ୟା ସନ୍ଦେହ ଜୋର ଧରିଲା । ଟ୍ରାନ୍ସପୋର୍ଟ ମାଲିକ ବିଷ୍ଣୁ ଚରଣ ପରିଡା କହିଛନ୍ତି ମୋର କିଛି ଦାୟିତ୍ବ ନାହିଁ । ଗାଡି ନମ୍ବର, ଫୋନ ନମ୍ବର, ମାଲିକଙ୍କ ନମ୍ବର ସବୁ ଇମ୍ଫା ଓ କେୟାର ସିକୁରିଟି ଏଜେନ୍ସୀ ପାଖରେ ଅଛି । ଇମ୍ଫା ଗାଡି ମାଗିଲା ଆମେ ବଜାରରୁ ଗାଡି ଦେଲୁ । ତାଙ୍କୁ ଧରିବା ଦାୟିତ୍ବ ଇମ୍ଫା ଏବଂ କେୟାର ସିକ୍ୟୁରିଟିର ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    29 %
    1.8kmh
    2 %
    Tue
    27 °
    Wed
    27 °
    Thu
    27 °
    Fri
    28 °
    Sat
    28 °

    ସମ୍ବନ୍ଧିତ