Sunday, October 18, 2026
21.7 C
Odisha

    ଖାଲି ପାଟିକୁ ନୁହେଁ ସ୍ୱାସ୍ଥ୍ୟ ପାଇଁ ବରଦାନ ବିଟ୍ ରାଇତା

    ଆଗକୁ ପଢନ୍ତୁ

    ଖରାଦିନେ ଖରାବେଳର ଖାଦ୍ୟ ହେଉ କି ରାତ୍ରି ଭୋଜନ ଥଣ୍ଡା ଥଣ୍ଡା ରାଇତା ଖାଇବାର ମଜା ହିଁ ଭିନ୍ନ। ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଏହା ଖାଦ୍ୟକୁ ମଧ୍ୟ ଭଲ ଭାବେ ହଜମ କରାଇବାରେ ସହାୟକ ହୋଇଥାଏ। ସାଧାରଣତଃ ଲୋକେ ଦହି କାକୁଡି ରାଇତା ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର କେବେ ବିଟ୍ ରାଇତା ଖାଇଛନ୍ତି କି? ଜାଣନ୍ତୁ କେମିତି ତିଆରି କରିବେ ବିଟ୍ ରାଇତା..

    ଆବଶ୍ୟକ ସାମଗ୍ରୀ :-
    ଦହି- ୨ କପ
    କୋରା ଯାଇଥିବା ଓ ସିଝା ହୋଇଥିବା ବିଟ୍ ୨ଟା
    ଧନିଆପତ୍ର – କଟା ହୋଇଥିବା
    ଲଙ୍କା ଗୁଣ୍ଡ – ଅଳ୍ପ
    ଜିରା ଗୁଣ୍ଡ – ଅଳ୍ପ
    ଲୁଣ – ସ୍ୱାଦ ଅନୁସାରେ
    କଳା ଲୁଣ – ସାମାନ୍ୟ

    ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପାତ୍ରରେ ଦହି ନେଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ କୋରା ହୋଇଥିବା ବିଟ୍, ଜିରା ଗୁଣ୍ଡ, କଟା ହୋଇଥିବା ଧନିଆପତ୍ର, କଳା ଲୁଣ, ଲୁଣ, ଲଙ୍କା ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ। କିଛି ସମୟ ଏହାକୁ ଫ୍ରିଜ୍ରେ ରଖି ଦିଅନ୍ତୁ। ଇଚ୍ଛା ଅନୁସାରେ ଏଥିରେ ପିଆଜ, ପୁଦିନା ପତ୍ର କିମ୍ବା କାକୁଡି ମଧ୍ୟ ମିଶାଇ ପାରିବେ। ଏହାକୁ ଭାତ, ରୁଟି କିମ୍ବା ପରଟା ସହ ମଧ୍ୟ ଖାଇପାରିବେ।

    ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ଓ ତ୍ୱଚା ଉଭୟ ପାଇଁ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣରେ ଆଇରନ ରହିଛି। ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିବା ସହ ଦୁର୍ବଳ ଅନୁଭବ ହେବାକୁ ଦେଇନଥାଏ। ଏହା ବ୍ୟତୀତ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟତ୍ୱଚାକୁ ସୁନ୍ଦର, ସୁନେଲି କରିବାରେ ସହାୟକ ହୋଇଥାଏ। ଏଥିରେ ଦହି ଥିବା କାରଣରୁ ପେଟ ଥଣ୍ଡା ରହିବା ସହ ହଜମ ମଧ୍ୟ ଭଲ ଭାବେ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    92 %
    1.3kmh
    100 %
    Sat
    22 °
    Sun
    31 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ