Saturday, January 3, 2026
20.6 C
Odisha

    ଇରାନର ‘ରେଡ୍ ଲାଇନ’ ଚେତାବନୀ, ଆମେରିକା ସେନାକୁ ଟାର୍ଗେଟ୍ କରିବାକୁ ଧମକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇରାନର ‘ରେଡ୍ ଲାଇନ’ ଚେତାବନୀ । ଆମେରିକା ସେନାକୁ ଟାର୍ଗେଟ୍ କରିବାକୁ ଇରାନର ଧମକ । ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିକ୍ରିୟା ଆହୁରି ତୀବ୍ର ହୋଇଛି । ଇରାନର ନେତାମାନେ ଆମେରିକାକୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି । ଇରାନର ବରିଷ୍ଠ ନେତା ଅଲି ଶାମଖାନି କହିଛନ୍ତି, ଇରାନର ସୁରକ୍ଷା ହେଉଛି ଆମ ପାଇଁ ଏକ ରେଡ୍ ଲାଇନ । ଯଦି କୌଣସି ବିଦେଶୀ ଶକ୍ତି ଏଥିରେ ହସ୍ତକ୍ଷେପ କରେ, ତେବେ ସେହି ହାତକୁ କାଟି ଦିଆଯିବ ।

    ଇରାନର ଅନ୍ୟ ଜଣେ ବଡ଼ ନେତା ଅଲି ଲାରିଜାନୀ କହିଛନ୍ତି, ଟ୍ରମ୍ପ ଏଭଳି ପଦକ୍ଷେପ ନେଇ ନିଜ ସୈନ୍ୟମାନଙ୍କ ଜୀବନକୁ ବିପଦରେ ପକାଉଛନ୍ତି । ଯଦି ଆମେରିକା ଇରାନରେ ପଶେ, ତେବେ ସେହି ଅଞ୍ଚଳରେ ଥିବା ଆମେରିକା ସେନା ଘାଟି ଏବଂ ସୈନିକମାନଙ୍କୁ ଇରାନ ଟାର୍ଗେଟ୍ କରିବ । ଏହା ପଛରେ ଆମେରିକା ଏବଂ ଇସ୍ରାଏଲର ହାତ ରହିଛି । ସେମାନେ ଦେଶକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଇରାନ ଅଭିଯୋଗ କରିଛି । ଇରାନର ମିସାଇଲ୍ ଶକ୍ତି କାହାର ଅନୁମତି ଉପରେ ନିର୍ଭର କରେନାହିଁ ।

    ଯଦି ଆମେରିକା କୌଣସି ଆକ୍ରମଣାତ୍ମକ ପଦକ୍ଷେପ ନିଏ, ତେବେ ଏମିତି ଜବାବ ଦିଆଯିବ, ଯାହା ଆମେରିକା କଳ୍ପନା ବି କରିନଥିବ ବୋଲି ଇରାନ ଚେତାବନୀ ଶୁଣାଇଛି । ଦରଦାମ ବୃଦ୍ଧିକୁ ନେଇ ଇରାନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି । ବିକ୍ଷୋଭ ଜାରି ରହିଥିବାରୁ ବିକ୍ଷୋଭକାରୀଙ୍କୁ ଦମନ ପାଇଁ ଇରାନ ସରକାର ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଇରାନ ନିଜ ଦେଶର ନିରୀହ ଲୋକଙ୍କୁ ହତ୍ୟା କରେ, ତେବେ ଆମେରିକା ସେନା ସେମାନଙ୍କୁ ରକ୍ଷା କରିବାକୁ ଆକ୍ରମଣ ପାଇଁ ପ୍ରସ୍ତୁତ ଥିବା ଟ୍ରମ୍ପ ଚେତାବନୀ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.6 ° C
    20.6 °
    20.6 °
    43 %
    2kmh
    0 %
    Sat
    19 °
    Sun
    28 °
    Mon
    28 °
    Tue
    27 °
    Wed
    28 °

    ସମ୍ବନ୍ଧିତ