Wednesday, October 7, 2026
30.3 C
Odisha

    ଇସ୍କନ ପକ୍ଷରୁ ପୁଣି ଅଦିନିଆ ରଥଯାତ୍ରା

    ଆଗକୁ ପଢନ୍ତୁ

    ପୁରୀ : ପୁଣି ଇସ୍କନର ମନମାନି ଦେଖିବାକୁ ମିଳିଛି। ବିଦେଶରେ ଇସ୍କନ ସଂସ୍ଥା ଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଛି। ଚେତାବନୀ ସତ୍ତ୍ବେ ଚଳିତ ମାସ ୧୫ ଓ ୧୬ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଏବଂ ୧୬ରେ ଆମେରିକାର ଫ୍ଳୋରିଡାରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିଲା। ସ୍ଥାନୀୟ ଓଡ଼ିଆ ସଂଗଠନ ଏହାର ବିରୋଧ କରିବା ସହ ଚିଠି ଲେଖିଥିବା ସୂଚନା ମିଳିଛି। ଅଦିନିଆ ରଥଯାତ୍ରାକୁ ନେଇ ସାରା ବିଶ୍ବରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍କନ୍ଦ ପୁରାଣ ଓ ବ୍ରହ୍ମପୁରାଣ ଅନୁଯାୟୀ, ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଇସ୍କନ ସଂଗଠନ ଏହାକୁ ନ ମାନି ବାରମ୍ବାର ପରମ୍ପରାକୁ ଉଲ୍ଲଙ୍ଘନ କରିଆସୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ