Wednesday, October 7, 2026
30.3 C
Odisha

    ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି କରିବା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ଅନୁଯାୟୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତି ସଂଖ୍ୟା ୩୩ରୁ ୩୮କୁ ବୃଦ୍ଧି ପାଇଛି। ଗତ ମେ’ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ଆଇନ ୧୯୫୬କୁ ଅଧ୍ୟାଦେଶ ଦ୍ବାରା ସଂଶୋଧନ କରାଯାଇଥିଲା। ଏହି ଅଧ୍ୟାଦେଶକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଆଗାମୀ ଦିନରେ ଏହି ଅଧ୍ୟାଦେଶ ସମ୍ପର୍କିତ ବିଲ୍‌ ସଂସଦରେ ଆଗତ କରାଯାଇ ଆଇନକୁ ବିଧିବଦ୍ଧ ସଂଶୋଧନ କରାଯିବ। ସୁପ୍ରିମକୋର୍ଟ ଆଇନ ୧୯୫୬ ଅନୁଯାୟୀ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ମୋଟ ବିଚାରପତି ସଂଖ୍ୟା ୧୧ ଥିଲା। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟାକୁ ବିଭିନ୍ନ ସମୟରେ ବୃଦ୍ଧି କରାଯାଇ ଆସୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ