Saturday, February 28, 2026
26 C
Odisha

    ଇସ୍ରାଏଲ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ଇସ୍ରାଏଲ ୟେମେନର ସାନା ବିମାନ ବନ୍ଦର ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇସ୍ରାଏଲ ପକ୍ଷରୁ ବନ୍ଦର ଏବଂ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି। ବିମାନବନ୍ଦର ଉପରେ ଆକ୍ରମଣ ହୋଇଥିବାବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେ‌ଡୋସ ଆଧାନୋମ ଘ୍ରେବେସିୟସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିବା ସୂଚନା ଦେଇଛନ୍ତି।ଗତ କିଛି ମାସ ଧରି ହୁତି ଯୁଦ୍ଧବିମାନ ଦ୍ୱାରା ବନ୍ଧକ ରହିଥିବା ଜାତିସଂଘର କର୍ମଚାରୀଙ୍କ ମୁକ୍ତି ପାଇଁ ବୁଝାମଣା କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ୟେମେନରେ ପହଞ୍ଚିଥିଲେ। ଏହା ବ୍ୟତୀତ ସେ ଦେଶର ସ୍ୱାସ୍ଥ୍ୟ ଏବଂ ମାନବିକ ପରିସ୍ଥିତି ଉପରେ ମଧ୍ୟ ନଜର ରଖିଥିଲେ।ବିମାନବନ୍ଦରରେ ଏହି ଆକ୍ରମଣ ହୋଇଥିବା ବେଳେ ସେ ଏବଂ ତାଙ୍କ ସହକର୍ମୀମାନେ ବିମାନରେ ଚଢ଼ିବାକୁ ଯାଉଥିବାବେଳେ ଏଭଳି ଆକ୍ରମଣ ହୋଇଥିବା ବୋଲି କହିଛନ୍ତି। ଏହି ସମୟ ମଧ୍ୟରେ ପ୍ରବଳ ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ତାଙ୍କର ବିମାନର ଜଣେ ସଦସ୍ୟ ଆହତ ହୋଇଥିଲେ ଏବଂ ବିମାନବନ୍ଦରରେ ଉପସ୍ଥିତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନବନ୍ଦର ମରାମତି ହେବା ପର୍ଯ୍ୟନ୍ତ ସେମାନଙ୍କୁ ସାନାରେ ଅପେକ୍ଷା କରିବାକୁ ପଡିବ।ସାନାରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହା ସହିତ ସେ ଅନ୍ତର୍ଜାତୀୟ ନିୟମକୁ ସମ୍ମାନ ଦେବା ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ସାଧାରଣ ନାଗରିକ ତଥା ମାନବିକ କର୍ମୀଙ୍କୁ କେବେବି ଟାର୍ଗେଟ କରାଯିବା ଉଚିତ ନୁହେଁ।ସେ କହିଛନ୍ତି ଯେ, ୟେମେନରେ ଥିବା ସାନା ଅନ୍ତର୍ଜାତୀୟ ବିମାନବନ୍ଦର, ଲୋହିତ ସାଗର ବନ୍ଦର ଏବଂ ବିଦ୍ୟୁତ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ ଅତ୍ୟନ୍ତ ବିପଜ୍ଜନକ । ଏହା ଦ୍ବାରା ମାନିବକ ସହାୟତାରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି।ଏହି ଆକ୍ରମଣରେ ରାଜଧାନୀ ସାନାଙ୍କୁ ଟାର୍ଗେଟ କରାଯାଇଥିଲା। ୟେମେନରେ ହୁତି ବିଦ୍ରୋହୀମାନେ କହିଛନ୍ତି ଯେ, ଗୁରୁବାର ଦିନ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ବିଦ୍ରୋହୀ ରାଜଧାନୀ ସାନା ଏବଂ ବନ୍ଦର ସହର ହୋଡିଡାକୁ ଟାର୍ଗେଟ କରିଛି। ଇସ୍ରାଏଲ୍ ସୈନ୍ୟ କହିଛନ୍ତି ଯେ, ଏହା ସାନାର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏବଂ ହୋଡିଡା, ଅଲ-ସଲିଫ ଏବଂ ରସ କାଣ୍ଟିବ ବନ୍ଦର ତଥା ପାୱାର ଷ୍ଟେସନରେ ହୁତିମାନଙ୍କ ଦ୍ୱାରା ବ୍ୟବହୃତ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    26 %
    2.3kmh
    5 %
    Sat
    28 °
    Sun
    36 °
    Mon
    36 °
    Tue
    37 °
    Wed
    38 °

    ସମ୍ବନ୍ଧିତ