Sunday, October 4, 2026
24.3 C
Odisha

    ଇସ୍ରାଏଲ୍‌ ଆକ୍ରମଣରେ ଇରାନର କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

    ଆଗକୁ ପଢନ୍ତୁ

    ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ ଶନିବାର ହୋଇଥିବା ଆକ୍ରମଣରେ ଇସ୍ରାଏଲ ଇରାନର ଅଣ୍ଟାକୁ ଭାଙ୍ଗି ଦେଇଛି। ଜେରୁଜେଲମ ପୋଷ୍ଟ ଅନୁଯାୟୀ ଇସ୍ରାଏଲ ସେନା(ଆଇଡିଏଫ୍‌) ଏକ ଡଜନ ଠିକଣା ସ୍ଥାନକୁ ଟାର୍ଗେଟ କରିଛି। ଜାଣିଶୁଣି ଇସ୍ରାଏଲ ସେନା(ଆଇଡିଏଫ୍‌) ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପାଇଁ କଠିନ ଇନ୍ଧନ ଉତ୍ପାଦିତ ହେଉଥିବା ସାଇଟ୍‌ ଉପରେ ଆକ୍ରମଣ କରିଥିଲା। ଏହି କାରଣରୁ ଇରାନ ଅନେକେ କ୍ଷତି ସହିଛି।
    ସୂଚନାଯୋଗ୍ୟ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମଧ୍ୟ ଇରାନର ଏଭଳି ସ୍ଥାନକୁ ଟାର୍ଗେଟ କରିଛି ଯାହାକୁ ଇରାନ ନିଜେ କରିପାରୁ ନ ଥିଲା ଏବଂ ତାକୁ ଚାଇନାଠାରୁ କିଣିବାକୁ ପଡ଼ୁଥିଲା। କେବଳ ଏତିକି ନୁହେଁ ଆଇଡିଏଫ୍‌ ଇସ୍ରାଏଲ୍‌ର ୪ ଏସ୍‌-୩୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ନଷ୍ଟ କରିଦେଇଛି। ଏହାକୁ ଇରାନର ଆଣବିକ ଏବଂ ଶକ୍ତି କାର୍ଯ୍ୟକ୍ରମକୁ ସୁରକ୍ଷା ଦେବା ଲାଗି ନିୟୋଜିତ ହୋଇଥିଲା। ଅକ୍ଟୋବର ପହିଲାରେ ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଖେବର ଏବଂ ହଜ୍‌ କାସେମ୍‌ର ବ୍ୟବହାର କରାଯାଇଥିଲା। ଶନିବାର କରାଯାଇଥିବା ଏହି ଆକ୍ରମଣରେ କ୍ଷେପଣାସ୍ତ୍ର ଚଳାଉଥିବା କଠିନ ଇନ୍ଧନ ମିଶ୍ରଣ କାରଖାନାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ