Sunday, October 4, 2026
24.3 C
Odisha

    ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

    ଆଗକୁ ପଢନ୍ତୁ

    ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ହୋଇଥିବା ମା’ ସସ୍ମିତା ଦାସ(୩୦) ଓ ଝିଅ ପ୍ରୀତିପ୍ରଭା (୧୦) ଏବଂ ପଡ଼ୋଶୀ ଲିଜା ମଳିକ(୧୩) ବୋଲି ଜଣାଯାଇଛି। ଶନିବାର ରାତିରେ ଗୋଟେ କୋଠରିରେ ମଶାଧୂପ ଦେଇ ୩ଜଣ ଶୋଇଥିଲେ। ରବିବାର ସକାଳେ ସେମାନେ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା। ପରେ ସେମାନେ ପଞ୍ଚାୟତର ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ କୁନ୍ତଳା ମଲିକ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପରେ ଗ୍ରାମବାସୀ କୋଠରିର ଝରକା ଭାଙ୍ଗି ସେମାନଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ଅସୁସ୍ଥ ମା’ ଝିଅ ସମେତ ୩ଜଣଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ମା’ ସସ୍ମିତା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ