Wednesday, September 16, 2026
25 C
Odisha

    ଇସ୍ରାଏଲ ଉପରେ ୧୩୫ ଘାତକ ମିସାଇଲ ମାଡ କଲା ହେଜବୁଲ୍ଲା

    ଆଗକୁ ପଢନ୍ତୁ

    ସୋମବାର ଇସ୍ରାଏଲ ଉପରେ ଘାତକ ଆକ୍ରମଣ କରିଛି ହେଜବୁଲ୍ଲା। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଦ୍ୱିତୀୟ ବୃହତ୍ତ ଆକ୍ରମଣ। ଏଥର ଲେବାନାନର ହେଜବୁଲ୍ଲା ଅତି କମରେ ୧୩୫ ‘ଫାଦୀ-୧’ କ୍ଷେପଣାସ୍ତ୍ର ଇସ୍ରାଏଲର ହାଇଫା ଅଞ୍ଚଳରେ ମାଡ଼ କରିଛି। ହାଇଫା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ଅଟେ। ଆକ୍ରମଣରେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସହରରେ ସାଇରନ୍ କ୍ରମାଗତ ଭାବରେ ବାଯିବାରେ ଲାଗିଛି। ଆହୁରି ଅଧିକ ଆକ୍ରମଣ ଭୟରେ ମଧ୍ୟରେ ଲୋକମାନେ ବୋମା ଆଶ୍ରୟସ୍ଥଳରେ ଲୁଚି ରହିଥିବାର ସୂଚନା ମିଳିଛି। ସୋମବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ହାଇଫାକୁ ରକେଟ୍ ଏବଂ କ୍ଷେପଣାସ୍ତ୍ର ସହିତ ଆକ୍ରମଣ କରିଛି ବୋଲି ହେଜବୁଲ୍ଲା ଦାବି କରିଛି। ହେଜବୁଲ୍ଲା ପ୍ରଥମ ଥର ପାଇଁ ‘ଫାଦୀ -୧’ କ୍ଷେପଣାସ୍ତ୍ର ବ୍ୟବହାର କରିଛି, ଯାହା ହାଇଫାରେ ବ୍ୟାପକ କ୍ଷତି ଘଟାଇଛି। ଅକ୍ଟୋବର ୭, ୨୦୨୩ ରେ ଇସ୍ରାଏଲ ସେନା ହମାସ ଦ୍ୱାରା କରାଯାଇଥିବା ନରସଂହାରର ପ୍ରଥମ ବାର୍ଷିକୀ ପାଳନ କରୁଛି। ଏହି ସମୟ ମଧ୍ୟରେ ହିଜବୁଲର ଦ୍ରୁତ ଆକ୍ରମଣ ଯୋଗୁଁ ଇସ୍ରାଏଲ ସହର ଥରି ଉଠିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    88 %
    1.3kmh
    40 %
    Wed
    25 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ