Wednesday, April 8, 2026
24.2 C
Odisha

    ଇସ୍ରାଏଲ ବିରୋଧରେ ଇରାନର ବଡ଼ ଆକ୍ରମଣ ଯୋଜନା, ଜି-୭ ରାଷ୍ଟ୍ରଙ୍କୁ ସତର୍କ କରାଇଲା ଆମେରିକା

    ଆଗକୁ ପଢନ୍ତୁ

    ସୋମବାର ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଇରାନ ଆକ୍ରମଣ ପାଇଁ ହିଜବୁଲ୍ଲା ଏବଂ ହୁତି ବିଦ୍ରୋହୀଙ୍କ ବ୍ୟତୀତ ରୁଷର ସହାୟତା ନେଇଛି। ଇତିମଧ୍ୟରେ ରୁଷିଆ ଗୁପ୍ତରେ ବହୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସହ ଅନ୍ୟ ଯୁଦ୍ଧ ସରଞ୍ଜାମ ଇରାନକୁ ଯୋଗାଇ ସାରିଥିବା ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେପଟେ ଲେବାନନ ପଟୁ ହିଜବୁଲ୍ଲା ଆତଙ୍କବାଦୀ ଗତକାଲି ଠାରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ କରିଥିଲା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯେକୌଣସି ମୁହୂର୍ତ୍ତରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବା ଆଶଙ୍କା ବଢିଛି। ଏଭଳି ସ୍ଥିତିରେ ଆମେରିକା ଜି-୭ ଗୋଷ୍ଠୀର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ଆଲୋଚନା କରିଛି। ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନ୍କେନ ଭିଡିଓ କଲ୍ ଯୋଗେ ଜି-୭ ରାଷ୍ଟ୍ର ମୁଖ୍ୟମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବା ନେଇ ଆଲୋଚନା କରିଥିବା କୁହାଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଜାତୀୟ ସୁରକ୍ଷା ଟିମ୍ ସହ ଆଲୋଚନା କରିଛନ୍ତି।

    ଗୋଟିଏ ପଟେ ଇରାନ, ହିଜବୁଲ୍ଲା ଏବଂ ୟେମେନର ହୁତି ବିଦ୍ରୋହୀ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଥିଲା ବେଳେ ରୁଷ ଇରାନ ସହ ହାତ ମିଳାଇବା ଘଟଣା ଆମେରିକାକୁ ଚିନ୍ତିତ କରିଛି। ଏହାକୁ ନେଇ ମଧ୍ୟପ୍ରାଚ୍ୟ ଏକ ଭୀଷଣ ଯୁଦ୍ଧ କ୍ଷେତ୍ରକୁ ଠେଲି ହୋଇଯିବା ଆଶଙ୍କା ବଢିଛି। ସେପଟେ ଇରାନର ଯେକୌଣସି ଆହ୍ବାନକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ବେଞ୍ଜାମିନ କହିଥିଲେ ହେଁ ତାଙ୍କର ସୁରକ୍ଷା ଲାଗି ନେତନ୍ୟାହୁଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର କେତେକ ପ୍ରମୁଖ ମନ୍ତ୍ରୀଙ୍କୁ ସୁଡ଼ଙ୍ଗ ଭିତରେ ସୁରକ୍ଷା କବଚ ମଧ୍ୟରେ ରଖାଯାଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ