Tuesday, April 7, 2026
27.6 C
Odisha

    ଇସ୍ରାଏଲ ମହିଳା ବନ୍ଧକମାନଙ୍କୁ ହମାସ ଦେଇଥିବା ଉପହାର ବ୍ୟାଗରେ କ’ଣ ରହିଛି ?

    ଆଗକୁ ପଢନ୍ତୁ

    ତେଲ ଅଭିବ: ଗାଜାରେ ଅସ୍ତ୍ରବିରତି ହେବା ପରେ ହମାସ ଇସ୍ରାଏଲର ତିନିଜଣ ମହିଳା ବନ୍ଧକ ରୋମି ଗୋନନ୍, ଡୋରେନ୍ ଷ୍ଟେନ୍ବ୍ରେଚର୍ ଏବଂ ଏମିଲି ଡମାରିଙ୍କୁ ମୁକ୍ତ କରିଛି। ଯେତେବେଳେ ପାଲେଷ୍ଟାଇନ ଗୋଷ୍ଠୀ ହମାସର ସଦସ୍ୟମାନେ ଏହି ତିନିଜଣ ମହିଳାଙ୍କୁ ଗାଜା ସହରରେ ରେଡ କ୍ରସକୁ ହସ୍ତାନ୍ତର କରୁଥିଲେ, ସେତେବେଳେ ସେମାନଙ୍କୁ ଏକ କାଗଜ ବ୍ୟାଗ  ଉପହାର ଦିଆଯାଇଥିଲା। ହମାସର ସାମରିକ ୱିଙ୍ଗ କସାମ ବ୍ରିଗେଡ୍ସର ଲୋଗୋ ଥିବା କାଗଜ ବ୍ୟାଗକୁ ‘ଉପହାର ବ୍ୟାଗ’ କୁହାଯାଉଛି। ଯେତେବେଳେ ତିନିଜଣ ଇସ୍ରାଏଲ ମହିଳା ଗାଜାରୁ ରେଡ୍ କ୍ରସ୍ କାରରେ ଚଢ଼ିଲେ, ସେମାନଙ୍କ ହାତରେ ଏହି ବ୍ୟାଗ ଦିଆ ଯାଇଥିଲା।ସିଏନ୍ଏନ୍ ରିପୋର୍ଟ କରିଛି , ୪୭୧ ଦିନ ବନ୍ଦୀ ହେବା ପରେ ଜଣେ ବନ୍ଧକଙ୍କୁ ଉପହାର ବ୍ୟାଗ ଦେବା ଅଜବ ଅଟେ। ଏହା କରିବା ପଛର କାରଣ ହେଉଛି ହମାସ ନିଜକୁ ଏକ ଅପରାଜିତ ତଥା ଶାସକ ଦଳ ଭାବରେ ଉପସ୍ଥାପନ କରିବାର ପ୍ରୟାସ କରୁଛି। ଇସ୍ରାଏଲର ଭୟଙ୍କର ଆକ୍ରମଣ ସତ୍ତ୍ବେ ହମାସ ଦୃଢ଼  ଭାବରେ ଠିଆ ହୋଇଛି ବୋଲି ବାର୍ତ୍ତା ଦେଇଛି। ହମାସ ଏହାର ଲୋକମାନଙ୍କୁ ମଧ୍ୟ କହିଛି ଯେ ସେମାନେ ଏକ ବୈଧ ଶାସକ ଦଳ। ରାସ୍ତାରେ  ‘ବିଜୟ ଉତ୍ସବ’ ପାଳନ କରି ହମାସ ସଦସ୍ୟମାନେ ମଧ୍ୟ ସମାନ ବାର୍ତ୍ତା ଦେଇଛନ୍ତି।

    ବିଶେଷଜ୍ଞମାନେ କହିଛନ୍ତି ଯେ, ହମାସ ଦ୍ୱାରା ଇସ୍ରାଏଲ ବନ୍ଧକମାନଙ୍କୁ ‘ଉପହାର ବ୍ୟାଗ’ ଦେବା ହେଉଛି ସେମାନଙ୍କର ଏକ ପ୍ରଚାର ରଣନୀତି। ଏକ ଦାୟିତ୍ବ ବାନ ସଂସ୍ଥା ଭାବେ ଏହାର  ନିଜସ୍ୱ ନିୟମ ଅଛି ବୋଲି ହମାସ ଦର୍ଶାଇବାକୁ ଚାହୁଁଛି। ଏଥିରୁ ହମାସ  ମଧ୍ୟ ଉପକୃତ ହୋଇଛି କାରଣ ଏହି ଘଟଣା ଇସ୍ରାଏଲରେ ଅସ୍ତ୍ରବିରତିକୁ ନେଇ ଏକ ବିତର୍କ ସୃଷ୍ଟି କରିଛି। ଇସ୍ରାଏଲୀୟମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ, ଆକ୍ରମଣ ଦ୍ୱାରା ଦୁର୍ବଳ ହୋଇ ନଥିବା ହମାସ ପୁଣି ଶକ୍ତିଶାଳୀ ହେଉଛି। ଅନେକ ଇସ୍ରାଏଲୀୟ ମଧ୍ୟ ଅନୁଭବ କରନ୍ତି ଯେ, ଅସ୍ତ୍ରବିରତି ସେମାନଙ୍କ ପାଇଁ ଏକ ପରାଜୟ।

    ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଗାଜାରେ ଅସ୍ତ୍ରବିରତି କରାଯାଇଛି। ଚୁକ୍ତିନାମା ଅନୁଯାୟୀ, ହମାସ ଆସନ୍ତା ଛଅ ସପ୍ତାହ ମଧ୍ୟରେ ୩୩ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିବ। ଏହାର ପ୍ରତିବଦଳରେ ଇସ୍ରାଏଲ୍ ୨,୦୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ଜେଲରୁ ମୁକ୍ତ କରିବ। ଚୁକ୍ତିନାମା ଅନୁଯାୟୀ, ଜଣେ ଇସ୍ରାଏଲ୍ ବନ୍ଧକ ବଦଳରେ ୩୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ