Friday, October 2, 2026
25.2 C
Odisha

    ଇ-ଚାଲାଣ ୫୦% କୋହଳ କଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗାଡ଼ି ଚାଳନା ସମୟରେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କଟାଯାଉଥିବା ଇ-ଚାଲାଣରେ କୋହଳ କରିଛନ୍ତି ରାଜ୍ୟ ସରକାର। ଇ-ଚାଲାଣରେ ସରକାର ଲାଗୁ କରୁଥିବା ଜରିମାନାରେ ୫୦ ପ୍ରତିଶତ କୋହଳ କରାଯାଇଛି। ଅର୍ଥାତ ଯେତିକି ପରିମାଣର ଇ-ଚାଲାଣ କଟିଛି ତାହାର ଅଧା ଅର୍ଥ ଫାଇନ ବାବଦରେ ଭରିବାକୁ ହେବ। ୨୦୨୫ ଜୁଲାଇ ୩୧ ସୁଦ୍ଧା କଟିଥିବା ଚାଲାଣରେ ଏହି ରିଆତି ମିଳିବ।

    ଯେଉଁ କ୍ଷେତ୍ରରେ ୫୦ ହଜାର ଟଙ୍କା ଫାଇନ କଟାଯାଇଥିବ ସେଠାରେ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ୧୦ ହଜାର ବଦଳରେ ୫ ହଜାର ଏବଂ ୫ ହଜାର ବଦଳରେ ୨୫୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ