Monday, October 5, 2026
21.7 C
Odisha

    ଉଚ୍ଚ କୋଠା ପାଇଁ ଜାରି ହେଲା NOTAM, ୧୧ ମିଟର ଅଧିକ ଉଚ୍ଚତା ପାଇଁ ଜାରି ହେଲା ନୋଟିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଉଚ୍ଚ କୋଠା ପାଇଁ ଜାରି ହେଲା NOTAM । ୧୧ ମିଟର ଅଧିକ ଉଚ୍ଚତା ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜାରି ହେଲା Notice to Airmen । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ନିର୍ମାଣ ହେଉଥିବା ଏକ ବହୁତଳ କୋଠା ନିର୍ଦ୍ଧାରିତ ଉଚ୍ଚତା ସୀମା ଉଲ୍ଲଂଘନ କରିଥିବା ଜଣାପଡ଼ିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ NOTAM ଜାରି କରିଛନ୍ତି।

    ଏହା ପରେ ବିମାନବନ୍ଦରକୁ ଅବତରଣ ସମୟରେ ପାଇଲଟମାନଙ୍କୁ ସତର୍କତା ଅବଲମ୍ବନ କରି ଉଡ଼ାଣ ପଥରେ ପରିବର୍ତ୍ତନ କରିବାକୁ କୁହାଯାଇଛି। ବିମାନବନ୍ଦରର ଫନେଲ୍ ଏରିଆରେ ଥିବା ଏହି ବହୁତଳ କୋଠା ଅନୁମୋଦିତ ଉଚ୍ଚତାଠାରୁ ଅଧିକ ନିର୍ମାଣ ହୋଇଥିବାରୁ ବିମାନ ଚଳାଚଳ ସୁରକ୍ଷା ଉପରେ ପ୍ରଭାବ ପଡ଼ିପାରେ ବୋଲି କର୍ତ୍ତୃପକ୍ଷ ଆଶଙ୍କା କରିଛନ୍ତି। ଏହି କୋଠାଟି ବିମାନବନ୍ଦରର ଏରୋଡ୍ରୋମ୍ ରେଫରେନ୍ସ ପଏଣ୍ଟଠାରୁ ମାତ୍ର ୩.୫ କିଲୋମିଟର ଦୂରରେ ଅବସ୍ଥିତ।

    ୨୦୧୯ ମସିହାରେ ଡେଭଲପରଙ୍କୁ ୮୭.୩୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ନିର୍ମାଣ ପାଇଁ ଏନଓସି ମିଳିଥିଲା। କିନ୍ତୁ ବର୍ତ୍ତମାନ କୋଠାର ଉଚ୍ଚତା ୯୮.୯୦୭ ମିଟରକୁ ପହଞ୍ଚିଥିବା ଅବରୋଧ ସର୍ଭେରେ ଧରାପଡ଼ିଛି। ଜୁଲାଇ ୧୭ରେ ଏହି ଉଲ୍ଲଂଘନ ଚିହ୍ନଟ ହେବା ପରେ ଜୁଲାଇ ୩୧ରେ ସଂପୃକ୍ତ ରିଅଲ୍ ଏଷ୍ଟେଟ୍ ସଂସ୍ଥାକୁ ନୋଟିସ ଜାରି କରାଯାଇଥିଲା। ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏହି ଉଚ୍ଚ କୋଠା ଯୋଗୁଁ ବିମାନର Obstacle Clearance Altitude (OCA) ପ୍ରାୟ ୨୦ ମିଟର ବଢ଼ାଯାଇଛି।

    ଏହାର ଅର୍ଥ, ପାଇଲଟଙ୍କୁ ରନୱେ ସ୍ପଷ୍ଟ ଭାବେ ଦେଖିବା ପରେ ମାତ୍ର ନିର୍ଦ୍ଧାରିତ ଉଚ୍ଚତା ତଳକୁ ଅବତରଣ କରିବାକୁ ହେବ। ଏହି ଘଟଣା ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷ DGCA, BDA, BMC, ରାଜ୍ୟ ନଗର ଉନ୍ନୟନ ବିଭାଗ, ପରିବହନ ବିଭାଗ ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI)ର ସମ୍ପର୍କିତ ଅଧିକାରୀମାନଙ୍କୁ ମଧ୍ୟ ଅବଗତ କରାଇଛନ୍ତି । Notice to Airmen ହେଉଛି ବିମାନ ଚଳାଚଳ ସମ୍ବନ୍ଧୀୟ ଏକ ଜରୁରୀ ସୂଚନା। ରନୱେ, ବିମାନବନ୍ଦର, ଆକାଶପଥ କିମ୍ବା କୌଣସି ବାଧା ସମ୍ପର୍କରେ ପାଇଲଟ୍ ଓ ବିମାନ ସଂଚାଳନ ସଂସ୍ଥାମାନଙ୍କୁ ପୂର୍ବରୁ ସତର୍କ କରିବା ପାଇଁ NOTAM ଜାରି କରାଯାଏ। ଏହା ଉଡ଼ାଣ ସୁରକ୍ଷା ସୁନିଶ୍ଚିତ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ