Monday, October 5, 2026
21.7 C
Odisha

    ଲିଭ୍-ଇନ୍ ରିଲେସନସିପ୍‌ରେ ଥିବା ମହିଳାଙ୍କୁ ମିଳିବ ଆଇନଗତ ସୁରକ୍ଷା: ସୁପ୍ରିମ୍ କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲିଭ୍-ଇନ୍ ରିଲେସନସିପ୍ କୁ ନେଇ ସୁପ୍ରିମ୍ କୋର୍ଟଙ୍କ ବଡ଼ ରାୟ । ଲିଭ-ଇନରେ ରହୁଥିବା ମହିଳାମାନଙ୍କୁ ମଧ୍ୟ ଆଇନ୍ ଅନୁଯାୟୀ ସୁରକ୍ଷା ମିଳିବ । IPCର ଧାରା ୪୯୮-ଏ (Section 498A) ଅଧୀନରେ ନିର୍ଯାତନାରୁ ସୁରକ୍ଷା ମିଳିବ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଘରୋଇ ନିର୍ଯାତନା ଏବଂ ବର୍ବରତାରୁ ରକ୍ଷା ପାଇବାର ଅଧିକାର କେବଳ ଆଇନଗତ ଭାବେ ବିବାହିତା ମହିଳାଙ୍କ ପାଇଁ ସୀମିତ ରହିବା ଉଚିତ ନୁହେଁ।

    ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ୍. କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ବେଞ୍ଚ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ନିର୍ଯାତନା ବା କ୍ରୂରତା କେବଳ ବିବାହର ପରିସର ଭିତରେ ସୀମିତ ନଥାଏ। ତେଣୁ, ଲିଭ୍-ଇନ୍‌ରେ ରହୁଥିବା ସାଥୀଙ୍କ ଦ୍ୱାରା ନିର୍ଯାତିତ ମହିଳାଙ୍କୁ ମଧ୍ୟ ଆଇନଗତ ସୁରକ୍ଷା ଦିଆଯିବ। ତେବେ ସବୁ ଲିଭ୍-ଇନ୍ ସମ୍ପର୍କକୁ ଏହି ଧାରା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ ନାହିଁ। ଯେଉଁ ସମ୍ପର୍କଗୁଡ଼ିକ “ବିବାହ ସଦୃଶ” ହୋଇଥିବ ଏବଂ ଯେଉଁଥିରେ ବିବାହ କରିବାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଥିବ, କେବଳ ସେଗୁଡ଼ିକୁ ଏହି ନିୟମ ଅଧୀନରେ ବିଚାର କରାଯିବ।

    ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆଇନଗତ ସୁରକ୍ଷା ଦେବା ପୂର୍ବରୁ ସମ୍ପର୍କର ସମୟସୀମା, ଏକାଠି ରହିବାର ସ୍ଥିତି ଏବଂ ଅନ୍ୟାନ୍ୟ ପ୍ରମାଣର ଯାଞ୍ଚ କରିବେ। ଅନ୍ୟପକ୍ଷରେ ଏହି ଆଇନର ଦୁରୁପଯୋଗ ରୋକିବା ଦିଗରେ ମଧ୍ୟ ଧ୍ୟାନ ଦିଆଯିବ । କୋର୍ଟ କହିଛନ୍ତି ଯେ ସମ୍ପର୍କର ସତ୍ୟତା ପ୍ରମାଣ କରିବାର ଦାୟିତ୍ୱ ଅଭିଯୋଗକାରୀଙ୍କ ଉପରେ ରହିବ। ତେବେ ଏହି ଆଇନ ଦ୍ବାରା ମହିଳାମାନଙ୍କ ଆତ୍ମସମ୍ମାନ ଓ ନିରାପତ୍ତା ଅଧିକ ସୁଦୃଢ଼ ହୋଇ ପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ