Thursday, September 19, 2024
23 C
Odisha

    ଉଚ୍ଚ ରକ୍ତଚାପ ଅଛି କି? ଜାଣନ୍ତୁ ଏହାର କାରଣ

    ଆଗକୁ ପଢନ୍ତୁ

    ଖରାପ ଜୀବନଶୈଳୀ, ବ୍ୟାୟାମର ଅଭାବ ଓ ଅତ୍ୟଧିକ ମାନସିକ ଚାପ ଫଳରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିବର୍ଷ ମେ ୧୭ ତାରିଖରେ ପାଳନ କରାଯାଉଛି ଉଚ୍ଚ ରକ୍ତଚାପ ଦିବସ । ଉଦ୍ଦେଶ୍ୟ ରହିଛି ଏହି ବଡ ସମସ୍ୟା ସମ୍ପର୍କରେ କିପରି ଲେକଙ୍କୁ ଅବଗତ କରାଯାଇପାରିବ । ଗବେଷକଙ୍କ ମତଅନୁସାରେ ୨୦୨୦ ବେଳକୁ ଭାରତରେ ଏକ ତୃତୀୟାଂଶ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇ ସାରିଥିବେ । ୨୦୧୬ରେ ହୋଇଥିବା ଏକ ଗଣନାରୁ ଜଣାପଡିଛି ସହରାଞ୍ଚଳରେ ୨୦ ରୁ ୪୦ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇଥିବାବେଳେ ଗ୍ରାମାଞ୍ଚଳରେ ୧୨ରୁ ୧୭ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଶିକାର ହୋଇଛନ୍ତି । ଭାରତରେ ବର୍ଷରେ ପ୍ରାୟ ୧.୫ ମିଲିୟନ୍ ଲୋକ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁମୁଖରେ ପଡନ୍ତି । ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ଵରେ ବର୍ଷକୁ ୧୨.୮ ପ୍ରତିଶତ ଲୋକ ବିଭିନ୍ନ କାରଣରୁ ମୃତ୍ୟୁ ମୁଖରେ ପଡନ୍ତି । କିନ୍ତୁ ୭.୫ ମିଲିୟନ ଲୋକ କେବଳ ଉଚ୍ଚ ରକ୍ତଚାପ ଯୋଗୁଁ ମୃତ୍ୟୁ ମୁଖରେ ପଡିଥାନ୍ତି । ସାଧାରଣତଃ ଉଚ୍ଚ ରକ୍ତଚାପ ବ୍ୟକ୍ତିକୁ ୪୦ ବର୍ଷ ଟପିଲେ ପରେ ହୋଇଥାଏ । କିନ୍ତୁ ଆଜିକାଲି ୨୦-୩୦ ବର୍ଷ ବୟସର ବ୍ୟକ୍ତି, ବିଶେଷ କରି କଲେଜ ପିଲାଙ୍କଠାରେ ଦେଖାଯାଉଛି । ଆସନ୍ତୁ ଜାଣିବା ଏହାର ପ୍ରମୁଖ କାରଣ କଣ…

    ଅସ୍ଵାସ୍ଥ୍ୟକର ଖାଦ୍ୟ
    ବର୍ତ୍ତମାନ ସମୟରେ ସମସ୍ତେ ଫାଷ୍ଟପୁଡ୍, ଜଙ୍କଫୁଡ୍ ଓ ବାହାରେ ତିଆରି ହେଉଥିବା ତେଲ ମସଲା ଖାଦ୍ୟ ପସନ୍ଦ କରୁଛନ୍ତି । ଯାହାକି ଉଚ୍ଚ ରକ୍ତଚାପ ବୃଦ୍ଧିର ମୁଖ୍ୟ କାରଣ । ଏହାଦ୍ଵାରା ରକ୍ତବାହୀ ନଳୀରେ କୋଲେଷ୍ଟେରଲ ବୃଦ୍ଧି ହୋଇ ନଳୀ ପଥକୁ ସରୁ କରିଦିଏ ଯାହା ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି କରାଏ ।

    ଶାରୀରିକ ପରିଶ୍ରମର ନ କରିବା
    ଆଜିର ଦିନର ଲୋକମାନେ ଶାରୀରିକ ପରିଶ୍ରମ ଅପେକ୍ଷା ମାନସିକ ପରିଶ୍ରମ କରିବାକୁ ପସନ୍ଦ କରୁଛନ୍ତି । ଅଧିକ ଟଙ୍କା ଲୋଭ ହିଁ ଲୋକଙ୍କୁ ଶାରୀରିକ ଶ୍ରମଠାରୁ ଦୂରେଇ ରଖୁଛି । ସମୟ ଅଭାବରୁ ମଧ୍ୟ ବ୍ୟକ୍ତି ବ୍ୟାୟାମ କରୁନାହାନ୍ତି । ଏହାଦ୍ଵାରା ଶରୀରରେ ମେଦ ଜମା ହେଉଛି । ଯାହା ଉଚ୍ଚ ରକ୍ତଚାପର ଆଉ ଏକ ପ୍ରମୁଖ କାରଣ ।

    ଲୁଣ ଖାଇବା
    ଉଚ୍ଚ ରକ୍ତଚାପ ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଅଧିକ ଲୁଣ ଖାଇବା । ଖାଦ୍ୟପ୍ରସ୍ତୁତ ପରେ ଅଧିକ ଲୁଣ ଛିଞ୍ଚି ଖାଇବା ଦ୍ଵାରା ହିଁ ରକ୍ତଚାପ ଅଧିକ ବୃଦ୍ଧି ହୋଇଥାଏ । ତେଣୁ ଯଥା ସମ୍ଭବ ଲୁଣ କମ୍ ଖାଇବା ଦରକାର । ଜଣେ ବ୍ୟକ୍ତି ଦିନକୁ ମାତ୍ର ୫ ଗ୍ରାମ୍ ଲୁଣ ଖାଇବା ଆବଶ୍ୟକ ।

    ଦୁଃଚିନ୍ତା
    ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଁ ଚିନ୍ତା ହେଉଛି ଅନ୍ୟ ଏକ ମୁଖ୍ୟ କାରଣ । ଆବଶ୍ୟକତାଠାରୁ ଅଧିକ କାମ କରିବାର ନିଶା ଓ ଅଧିକରୁ ଅଧିକ ଧନ ଅର୍ଜନ ପ୍ରୟାସ ହିଁ ମଣିଷକୁ ଚିନ୍ତାରେ ପକାଉଛି । ଚିନ୍ତାରେ ରହିବା ଫଳରେ ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥାଏ ।

    ନିଶାସେବନ କରିବା
    ଆଜିର ଯୁବପିଢି ଗୁଟୁକା, ବିଡି, ସିଗାରେଟ୍ ଓ ଆଲକୋହଳ ଯୁକ୍ତ ପାନୀୟ ଗ୍ରହଣ କରିବା ଯୋଗୁଁ ଶୀରା ପ୍ରଶିରା ଦୁର୍ବଳ ହୋଇଯାଇଥାଏ । ଏହାଦ୍ଵାରା ରକ୍ତ ଠିକ୍ ଭାବରେ ସଞ୍ଚାଳନ ହୋଇପାରେ ନାହିଁ । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ବଢିଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ