ନୂଆଦିଲ୍ଲୀ : ଉଛୁଳିଲା ସେୟାର ମାର୍କେଟ । ଟ୍ରମ୍ପଙ୍କ ଘୋଷଣା ପରେ ଷ୍ଟକ ମାର୍କେଟରେ ଜବରଦସ୍ତ କମବ୍ୟାକ । ପ୍ରାୟ ୨୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ । ସେହିପରି ନିଫ୍ଟି ମଧ୍ୟ ୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି । ସମସ୍ତ ଷ୍ଟକରେ ରାଲି ଦେଖିବାକୁ ମିଳିଛି ।
ସେହିପରି ଏପ୍ରିଲ ୨ରେ ଟ୍ରମ୍ପଙ୍କ ଘୋଷଣା ପରେ ସେୟାର ମାର୍କେଟରେ ପଡ଼ିଥିଲା ହାହାକାର । ନିବେଶକଙ୍କ ୯ ଲକ୍ଷ କୋଟି ସ୍ବାହା । ଯୁଦ୍ଧ ଜାରି ରହିବ ଟ୍ରମ୍ପଙ୍କ ସିଗନାଲ ପରେ ଖସିଲା ଭାରତୀୟ ପୁଞ୍ଜିବାର । ଖୋଲୁ ଖୋଲୁ ମାର୍କେଟ କ୍ରାସ । ପ୍ରାୟ ୧୫୦୦ ପଏଣ୍ଟ ଖସିଥିଲା ସେନସେକ୍ସ । ସେହିପରି ନିଫ୍ଟି ପ୍ରାୟ ୫୦୦ ପଏଣ୍ଟ ଖସିଥିଲା । ବିଏସଇର ସମସ୍ତ ଟପ୍ ୩୦ ସେୟାର ରେଡ ଜୋନରେ । ୪. ୫୯ ପ୍ରତିଶତ ସହ ସବୁଠାରୁ ଅଧିକ ଖସିଥିଲା ସନଫାର୍ମା । ସେହିପରି ଇଣ୍ଡିଗୋ ଏବଂ ଅଦାନୀ ପୋର୍ଟ ସେୟାର ୩. ୬୦ ପ୍ରତିଶତ ଖସିଥିଲା । କାଲି ଟ୍ରମ୍ପଙ୍କ ଯୁଦ୍ଧ ବନ୍ଦ ଘୋଷଣା ପରେ ମାର୍କେଟରେ ରାଲି ଦେଖବାକୁ ମିଳିଥିଲା । କିନ୍ତୁ ପୁଣି ଥରେ ୟୁ ଟର୍ଣ୍ଣ ମାରିଛି ଷ୍ଟକ ମାର୍କେଟ ।
